ଅତ୍ୟଧିକ ମୋଟାପଣ ପାଇଁ ହରାଇ ପାରନ୍ତି ମା’ ହେବାର ଖୁସି

ବିବାହ ପରେ ମା ହେବା ଜୀବନର ସବୁଠାରୁ ବଡ଼ ଖୁସି ହୋଇଥାଏ। ଘରେ ନୂଆ ଅତିଥି ଆସିବା ନେଇ ମାତା-ପିତା ମଧ୍ୟ ଅତ୍ୟଧିକ ଖୁସି ରହିଥାନ୍ତି। କିନ୍ତୁ ବେଳେ-ବେଳେ କୌଣସି କାରଣରୁ ଗର୍ଭପାତ ହେବା ଦ୍ବାରା  ମାତା-ପିତାଙ୍କୁ ବହୁତ ଦୁଃଖ ହୋଇଥାଏ। ଗର୍ଭପାତ କୌଣସି କାରଣରୁ ହୋଇପାରେ କିନ୍ତୁ ଏହି ସମୟରେ ମା ମନରେ ଗୋଟେ ପ୍ରଶ୍ନ ଆସିଥାଏ କି କାହିଁକି ତାଙ୍କ ସହିତ ଏପରି ହେଲା। ଏଣୁ ଆଜି ଆମେ ଗର୍ଭପାତରୁ ରକ୍ଷା ପାଇବା ପାଇଁ କିଛି ଖାସ ସର୍ତକତା ଅବଲମ୍ବନ କରିବା କଥା କହିବାକୁ ଯାଉଛୁ।

ଗର୍ଭବତୀ ସମୟରେ ଶାରୀରିକ ସ୍ବାସ୍ଥ୍ୟରେ ଅନେକ ପ୍ରଭାବ ପଡ଼ିଥାଏ। ବିଶେଷ କରି ଯଦି ଆପଣ ଅତ୍ୟଧିକ ମୋଟା ହୋଇଥାନ୍ତି କିମ୍ବା ଅଧିକ ଓଜନ ହୋଇଥାନ୍ତି । ଏହା ଦ୍ବାରା ଆପଣଙ୍କ ଗର୍ଭପାତ ହେବାର ଭୟ ବଢିଯାଇଥାଏ। ସିଡିସି ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ମହିଳାମାନେ ଗର୍ଭବତୀ ହେବା ପୂର୍ବରୁ ଅତ୍ୟଧିକ ମୋଟା ହେବାର ଶିକାର ହୋଇଥାନ୍ତି। ଗର୍ଭବତୀ ସମୟରେ ଅଧିକ ଓଜନ ବଢିବା ଶଙ୍କଟପନ୍ନ ପରିସ୍ଥିତି ଦେଖାଦେଇଥାଏ।

ଆଜିକାଲି ଅନେକ ମହିଳାମାନେ ମଦ୍ୟପାନ ଏବଂ ସିଗାରେଟରେ ଅଭ୍ୟସ୍ତ। ମହିଳାମାନେ ଯଦି ଗର୍ଭବତୀ ସମୟରେ ସେହି ଅଭ୍ୟାସ ଜାରି ରଖିଥାନ୍ତି ତେବେ ସେମାନଙ୍କର ଗର୍ଭପାତ ହେବାର ଭୟ ବଢିଯାଇଥାଏ। ତମ୍ବାଖୁ ଏବଂ ଆଲକହଲ ଆଦି ଗର୍ଭରେ ବଢୁଥିବା ଭୃଣକୁ କ୍ଷତି ପହଞ୍ଚାଇଥାଏ।

ମା ହେବା ସମୟରେ ଯଦି ଶରୀରରେ କୌଣସି ପ୍ରକାର ହରମୋନ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ, ତେବେ ଏହା ଗର୍ଭପାତର କାରଣ ପାଲଟିଥାଏ । ବିଶେଷ ରୂପେ ଶରୀରରେ ପ୍ରୋଜେଷ୍ଟରନ ହରମୋନର ସିକ୍ରିଶନ କମ ହେବା ଦ୍ବାରା ଭୃଣଟି ପ୍ରସ୍ତୁତ ହେବାରେ କଷ୍ଟ ହୋଇଥାଏ। ଏହା ଦ୍ବାରା ଗର୍ଭପାତ ହେବାର ଆଶଙ୍କା ରହିଥାଏ।

ପ୍ରଥମରୁ ଯଦି ଏକ ରୁ ଅଧିକ ଗର୍ଭପାତ ହୋଇଥାଏ ତେବେ ଏହାର ଭୟ ଦୁଇ ଗୁଣା ବଢି ଯାଇଥାଏ। ଏହା ବ୍ୟତୀତ ମଧୁମେହ, କିଡିନି ରୋଗ ବା ଥାଇରଏଡ ରୋଗ ହେବା ଦ୍ବାରା ଗର୍ଭପାତ ହେବାର କାରଣ ହୋଇଥାଏ। ମା ଗର୍ଭବତୀ ହେବା ସମୟରେ ତାର ବୟସ ସୀମା ସହିତ ଗଭୀର ସମ୍ବନ୍ଧ ରହିଥାଏ। କାରଣ ୩୦ ବର୍ଷ ପରେ ଗର୍ଭପାତ ହେବାର ଭୟ ବଢିଯାଇଥାଏ।

Spread the love