ସାଥୀ ଆପଣଙ୍କୁ ପ୍ରେମ କରୁଛନ୍ତି ନା ଖେଳୁଛନ୍ତି ଜାଣିବେ କିପରି ପଢନ୍ତୁ…

ସମସ୍ତେ ନିଜ ପାର୍ଟନର ସହିତ ସୁନ୍ଦର ଜୀବନ ଜିଇଁବା ପାଇଁ ସ୍ବପ୍ନ ଦେଖିଥାନ୍ତି। ଆପଣ ମଧ୍ୟ ଏହି ସ୍ବପ୍ନକୁ ପୂରା କରିବା ପାଇଁ ସଚ୍ଚା ଏବଂ ବିଶ୍ବସନୀୟତାର ସହ ସମ୍ପର୍କକୁ ଆଗକୁ ନେଉଛନ୍ତି । କିନ୍ତୁ କଣ ଆପଣଙ୍କ ସାଥୀ ସଚ୍ଚୋଟତାର ସହିତ ଏହି ସମ୍ପର୍କ ଯୋଡିଛନ୍ତି ? କେତେକ ଥର ଏମିତି ହୋଇପାରିଥାଏ ଯେ ଆପଣଙ୍କ ସାଥୀଙ୍କ ଜୀବନରେ ଅନ୍ୟ କେହି ଥାଇପାରନ୍ତି।

ସାଥିଙ୍କ ଉପରେ ସନ୍ଦେହ କରି ଆପଣ କେତେକ ଥର ନିଜର ସମ୍ପର୍କ ଖରାପ କରି ପାରିଥାନ୍ତି କିନ୍ତୁ ଏହା ଜରୁରୀ ନୁହେଁଯେ ଆପଣଙ୍କ ସନ୍ଦେହ ଭୁଲ ହୋଇପାରିଥାଏ କିମ୍ବା ଆପଣ ଯାହା ଭାବୁଛନ୍ତି ସେଇଟା ଠିକ ହୋଇଥିବ। ଯେତେବେଳେ ସମ୍ପର୍କରେ ଏମିତି କନଫ୍ୟୁଜନ୍ ଆସିଯିବ ତେବେ ଏହାକୁ ବୁଝିବାରେ ସମସ୍ୟା ହୋଇଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଟିପ୍ସ ଜଣାଇବୁ ଯାହା ଏହି ଦ୍ବନ୍ଦକୁ ଦୂର କରିବାରେ ସାହାଯ୍ୟ କରିବ ଏବଂ ଆପଣ ଜାଣି ପାରିବେଯେ ଆପଣଙ୍କ ସାଥି ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ।

ମିଛ କହିବା କିମ୍ବା କଥା ଲୁଚାଇବା

ଯଦି ଆପଣଙ୍କ ସାଥି ଆପଣଙ୍କୁ କିଛି ଲୁଚାଉଛନ୍ତି ତେବେ ସେ ଅଧିକ ସମୟରେ ଆପଣଙ୍କୁ ମିଛ କହିବେ। କଥାକୁ ଲୁଚାଇବା ତାଙ୍କର ଅଭ୍ୟାସରେ ପରିଣତ ହୋଇଯିବ। ଏହା ଆପଣଙ୍କ ଉପରେ ନିର୍ଭର କରୁଛିଯେ ତାଙ୍କର ମିଛ କହିବାର ଶୈଳିକୁ ଆପଣ କେମିତି ଜାଣି ପାରୁଛନ୍ତି। ଯଦି କାରଣ ସାଧାରଣ ଥିବ ତେବେ କିଛି କଥା ନାହିଁ କିନ୍ତୁ ଆପଣଙ୍କୁ ଲାଗିବ ଏହା ପଛରେ କିଛି ରହସ୍ୟ ଅଛି ତେବେ ଆପଣଙ୍କୁ ନିଜର ସମ୍ପର୍କ ବିଷୟରେ ଭାବିବା ଆବଶ୍ୟକ।

ସବୁବେଳେ ସ୍ବାର୍ଥ ପାଇଁ କଥା କହିବା

ଯଦି ଆପଣଙ୍କ ସାଥି କେବଳ ନିଜର କାମ ପାଇଁ ଆପଣଙ୍କୁ ମନେ ପକଉଛନ୍ତି କିମ୍ବା ତାଙ୍କର ନିଜର କିଛି ଆବଶ୍ୟକତା ପାଇଁ ଫୋନ କରୁଛନ୍ତି, ତେବେ କାମ ହାସଲ ହୋଇ ସାରିଲା ପରେ ତାଙ୍କର ବ୍ୟବହାରରେ ପରିବର୍ତ୍ତନ ହୋଇଥାଏ ତେବେ ଆପଣ ଜାଣିନେବା ଦରକାରଯେ ସେ ଆପଣଙ୍କ ଭାବନା ସହିତ ସେ ଖେଳୁଛନ୍ତି।

କମିଟମେଣ୍ଟ ଠାରୁ ଦୂରେଇ ରହିବା

ଆପଣଙ୍କ ସାଥୀ ଆପଣଙ୍କ ସହିତ ଜୀବନ ଜିଇଁବା ପାଇଁ ପ୍ରତିଶ୍ରୁତି କରିଥାନ୍ତି। କିନ୍ତୁ ନିଜର ବନ୍ଧୁ ମାନଙ୍କ ସହିତ ନ ମିଶାଇବା, ପରିବାର ବିଷୟରେ କିଛି ନକହିବା ଏବଂ ଯେତେବେଳେ ଆପଣ ସମ୍ପର୍କର ଭବିଷ୍ୟତ ବିଷୟରେ କଥା କହିବାରେ କଥାକୁ ସେଇଠି ଶେଷ କରିଦେବା ବା ଅଣଦେଖା କରିବା, ଏହାର ମାନେ ହେଉଛି ଆପଣଙ୍କ ସାଥି ଆପଣଙ୍କ ଠାରୁ ସବୁ ଚାହୁଁଛନ୍ତି କିନ୍ତୁ ସମ୍ପର୍କକୁ ଭବିଷ୍ୟତରେ ବୋଧେ ନେବାକୁ ଚାହୁଁନାହାନ୍ତି।

ପରିହାସ କରିବାକୁ ଚେଷ୍ଟା କରିବା

ଥଟ୍ଟା ମଜା କରିବା ସବୁ ସମ୍ପର୍କରେ ଚଳିଥାଏ। କେତେକ ଥର ଏହି ଥଟ୍ଟା ମଜା ସମ୍ପର୍କକୁ ମଜବୁତ କରିଦେଇଥାଏ, କିନ୍ତୁ ଏହି ଥଟ୍ଟା ମଜା ସୀମା ବାହାରେ ହୋଇଯାଏ ତେବେ ଏହାକୁ ଥଟ୍ଟାରେ ନେବା ଉଚିତ ନୁହେଁ। ଯଦି ଆପଣଙ୍କ ସାଥୀ ସବୁବେଳେ ଅନ୍ୟ ଲୋକଙ୍କ ସାମନାରେ ଆପଣଙ୍କୁ ପରିହାସ କରନ୍ତି,ତେବେ ଏହା ଠିକ ହୋଇ ନଥାଏ।

Spread the love