ଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଆସନ୍ତା ମାସରେ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ। ଯାହାକି ମାତ୍ର କିଛି ସମୟ ବାକି ରହିଛି। ଆଜି ଜାଣନ୍ତୁ ଏହି ପରାଗ ଭାରତରେ କେଉଁ ସମୟରୁ ଆରମ୍ଭ ହେବ। ଏହାସହ ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବ। ସବୁଠୁ ଜରୁରୀ ଏହିସମୟରେ କିଛି କାମ କୁ କରିବାକୁ ବାରଣ କରାଯାଇଛି।

-ଏହି ସମୟରେ ପାଣି ପିଇବାକୁ ମଧ୍ୟ ବାରଣ କରାଯଇଛି।

-ସୂର୍ଯ୍ୟ ପରାଗ ସମୟରେ ଏହି ସବୁ କାର୍ଯ୍ୟ କୁ ନିଷେଧ କରାଯାଇଛି। ତେବେ ଏହି ନିୟମ ଶିଶୁ, ବୃଦ୍ଧ ଏବଂ ରୋଗୀ ପାଇଁ ବୈଧ ନୁହେଁ । ଯେଉଁମାନଙ୍କର ଏହି ସବୁକୁ ସହ୍ୟ କରିବାର କ୍ଷମତା ନାହିଁ, ସେହି ଲୋକମାନେ ଖାଦ୍ୟ ଖାଇପାରିବେ ଓ ପାଣି ପିଇ ପାରିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ସୂର୍ଯ୍ୟ ପରାଗ ହେବ ସେତେବେଳେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥିବେ । ମାନେ ଏହି ପରାଗ ଆସନ୍ତା ମେଷ ବା ମହାବିଷୁବ ସଂକ୍ରାନ୍ତି ପରେ ପଡିବ। ଏପରି ପରିସ୍ଥିତିରେ ଏହି ରାଶିର ଲୋକଙ୍କ ଉପରେ କିଛି ପ୍ରଭାବ ପଡିପାରେ । ଏହି ରାଶିର ଲୋକଙ୍କ ଜୀବନ ଉପରେ ସୂର୍ଯ୍ୟ ପ୍ରତିକୂଳ ପ୍ରଭାବ ପକାଇବ । ମେଷ ରାଶି ସହିତ ଏହା କନ୍ୟା ରାଶି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ` ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶି ଉପରେ ଭଲ ପ୍ରଭାବ ପଡିପାରେ।

Spread the love