ସ୍କୁଟି ଡିକିରୁ ସାଢେ ୪ଲକ୍ଷ ଟଙ୍କା ଲୁଟ

ସ୍କୁଟି ଡିକିରୁ ସାଢେ ୪ଲକ୍ଷ ଟଙ୍କା ଲୁଟ । ବଜାର ମଧ୍ୟରୁ ସ୍କୁଟିରୁ ଲୁଟ। ବ୍ରହ୍ମପୁର ବଡବଜାର ଥାନା ଉତ୍କଳ ସିନେମା ହଲ ଛକରେ ହୋଇଛି ଲୁଟ। ଅପରାହ୍ନରେ ଲାଠି ସରସ୍ୱତୀ ନଗରର କନ୍ଧ ନାୟକ କର୍ଣ୍ଣାଟକ ବ୍ୟାଙ୍କରୁ ୧ଲକ୍ଷ ୮୦ ହଜାର ଓ ଷ୍ଟେଟ ବ୍ୟାଙ୍କରୁ ୧ଲକ୍ଷ ୮୩ ହଜାର ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିଲେ। ପୂର୍ବରୁ ଡିକିରେ ୯୦ ହଜାର ଟଙ୍କା ରହିଥିଲା।

ଟଙ୍କା ଉଠାଇବା ପରେ ସ୍କୁଟିର ଟାୟର ପଞ୍ଚର ହେବାରୁ ଉତ୍କଳ ସିନେମା ହଲ ନିକଟରେ ଏକ ଗ୍ୟାରେଜରେ ପହଞ୍ଚି ମରାମତି କରିଥିଲେ। ଏହି ସମୟରେ ହଠାତ ଦୁଇ ଜଣ ଯୁବକ ଆସି ଡିକିରେ ଥିବା ୪ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଅଭିଯୋଗ ପରେ ବଡବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।. ବି

Spread the love