ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବଦଳିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ସତ୍ୟବ୍ରତ ସାହୁଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପଞ୍ଚାୟତିରାଜ ସଚିବ ସୁଶୀଲ କୁମାଲ ଲୋହାନୀଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ସଚିବ ସଞ୍ଜୟ କୁମାର ସିଂଙ୍କୁ ଶକ୍ତି ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଜ୍ଞାନରଞ୍ଜନ ଦାସଙ୍କୁ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦିଆଯାଇଛି ।

Spread the love