Skip to content
Monday, June 8, 2026
Latest:
  • ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି
  • ୮୦ ଗ୍ରାମ ଓଜନର ୭ ସୁନା ଚେନ୍ ଉଦ୍ଧାର, ଚେନ୍ ସ୍ନାଚିଂ ଗ୍ୟାଙ୍ଗର ୫ ଗିରଫ
  • ୧୩୨ କେଭି ଟାୱାର ଉପରେ ୨ ଘଣ୍ଟାର ହାଇଡ୍ରାମା, ଉଦ୍ଧାର କରିବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ନାକେଦମ
  • ବିଦେଶ ଗଲା ପାଟଣାଗଡ଼ ଆମ୍ବ, ଏଥର ଜର୍ମାନୀ ଓ ଇଟାଲୀକୁ ହେଉଛି ରପ୍ତାନି
  • ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଓ ପଦାଧିକାରୀ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

୪୩ ଲକ୍ଷ ଚାଷୀଙ୍କୁ ଉତ୍କଳ ଦିବସରେ ମିଳିଲା କାଳିଆ ଟଙ୍କା । ଚାଷୀଙ୍କ ଖାତାକୁ ଯାଇଛି ୮୭୭ କୋଟି ଟଙ୍କା

April 2, 2023 Satya kalia-scheam-money-trancefor-to-farmer-account, state

ରାଜ୍ୟରେ ଚାଷୀଙ୍କ ଅବସ୍ଥା କିଭଳି ଅଛି, ତାର ଅନେକ ଚିତ୍ର ଆମ ପାଖକୁ ଆସେ । କେଉଁଠି ତଳି କିଣିବାକୁ ଚାଷୀଙ୍କ ପାଖରେ ଟଙ୍କା ନାହିଁ ତ କେଉଁଠି ସାରର ଅଭାବ ଯୋଗୁଁ ଚାଷୀ ଆନ୍ଦୋଳନ କରୁଥିବାର ଚିତ୍ର ସାମ୍ନାକୁ ଆସେ । କେଉଁଠି ଚାଷୀର ଧାନ ବିକ୍ରି ନ ହେଉଥିବା ଅଭିଯୋଗ ଆସେ ତ କେଉଁଠି ଚାଷୀ ଋଣ ନସୁଝିପାରୁଥିବାର କଥା ସାମ୍ନାକୁ ଆସେ । ଚାଷ ଓ ଚାଷୀର ଏଭଳି ଏକ ସ୍ଥିତି ଭିତରେ ସାରା ରାଜ୍ୟର ଚାଷୀଙ୍କୁ ଉକ୍ରଳ ଦିବସର ଭେଟି ଦେଇଛନ୍ତି ସରକାର । ପ୍ରାୟ ୪୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଡିବିଟି ଜରିଆରେ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ଆଉ ଟଙ୍କା ପାଇ ଖୁସି ବ୍ୟକ୍ତ କରିଛନ୍ତି କିଛି ଚାଷୀ ।କେଉଁଠି ସ୍ୱାଗତ, ତ ପୁଣି କେଉଁଠି ସମାଲୋଚନା । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଯୋଗାଇ ଦିଆଯାଉଥିବା ଏହି କାଳିଆ ସହାୟତାକୁ ନେଇ ଆମେ ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ବିଶେଷ କରି କାଳିଆ ଟଙ୍କା ପାଇବା ପରେ ସେମାନେ କରନ୍ତି କଣ ଜାଣିବାକୁ ଚାହିଁବାରୁ ଦୁଇଟି କିସ୍ତିରେ ୨ ହଜାର ଲେଖାଏଁ ମୋଟ୍ ୪ ହଜାର ଟଙ୍କାର ସହାୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ । ପୂର୍ବାପେକ୍ଷା ତଳି , ସାର ଟ୍ରାକ୍ଟର ଭଡା, ଘାସ ବଛ. ତଳି ରୁଆ, ଖତପାଇଁ ଭଡା ବଢିଥିବାରୁ ସହାୟତ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି ଚାଷୀ ।

ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ବର୍ଷକୁ ୨ ଥର ଅକ୍ଷୟ ତୃତୀୟା ଓ ନୂଆଁଖାଇରେ କାଳିଆ ଟଙ୍କା ଦେବାକୁ ଘୋଷଣା ହୋଇଥିଲା ।ତେବେ ଏଥର ଅକ୍ଷୟ ତୃତୀୟା ପୂର୍ବରୁ ଉକ୍ରଳ ଦିବସରେ ଚାଷୀଙ୍କୁ ଟଙ୍କା ପଠାଇଛନ୍ତି ସରକାର ।ଦୁଇଟି କିସ୍ତିରେ ପାଂଚ ହଜାର ଲେଖାଏଁ ବର୍ଷକୁ ଦଶ ହଜାର ଟଙ୍କା ଦିଆଯାଉଥିବାବେଳେ ଏବେ ଏହାକୁ କମାଇ ଦୁଇ ହଜାର ଲେଖାଏଁ ୪ ହଜାର କରିଦିଆଯାଇଛି ।

Post Views: 373
Spread the love
  • ← କାହିଁକି ଏଭଳି ନିଷ୍ପତି ନେଲେ ଇଟାଲୀ ସରକାର?
  • ଉପକାରୀ ଡାଳିମ୍ବ ଚୋପା : ଜାଣନ୍ତୁ ଏଥିରେ କ’ଣ ରହିଛି ସ୍ୱାସ୍ଥୋପକାରୀ ଗୁଣ ? →

ADVT

Recent Posts

  • ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି June 7, 2026
  • ୮୦ ଗ୍ରାମ ଓଜନର ୭ ସୁନା ଚେନ୍ ଉଦ୍ଧାର, ଚେନ୍ ସ୍ନାଚିଂ ଗ୍ୟାଙ୍ଗର ୫ ଗିରଫ June 7, 2026
  • ୧୩୨ କେଭି ଟାୱାର ଉପରେ ୨ ଘଣ୍ଟାର ହାଇଡ୍ରାମା, ଉଦ୍ଧାର କରିବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ନାକେଦମ June 7, 2026
  • ବିଦେଶ ଗଲା ପାଟଣାଗଡ଼ ଆମ୍ବ, ଏଥର ଜର୍ମାନୀ ଓ ଇଟାଲୀକୁ ହେଉଛି ରପ୍ତାନି June 7, 2026
  • ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଓ ପଦାଧିକାରୀ June 7, 2026

Calendar

June 2026
M T W T F S S
1234567
891011121314
15161718192021
22232425262728
2930  
« May    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.