୩୦ ମିନିଟରେ ୩୭୬୨ ଥର ବଜ୍ରପାତ

କୋରାପୁଟ: ଆଜି ଦିନ ୧ଟା ଯାଏ କୋରାପୁଟ ଜିଲ୍ଲାର ପାଣିପାଗ ଭଲ ଥିଲା। କିନ୍ତୁ ଦିନ ୨ଟା ପର ଠାରୁ ଜିଲ୍ଲାରେ ହଠାତ ବଦଳିଥିଲା ପାଗ। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ। କୋରାପୁଟ ଜିଲ୍ଲାରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୩ହଜାର ୭୬୨ଥର ବଜ୍ରପାତ ହୋଇଛି । କେନ୍ଦ୍ର ସରକାରଙ୍କ ଦାମିନୀ ଆପରୁ ଏହି ସୂଚନା ମିଳିଛି।

କୋରାପୁଟ ଜିଲ୍ଲାର ବୈପାରିଗୁଡା, କୋରାପୁଟ, ନନ୍ଦପୁର, ଲମତାପୁଟ ଅଞ୍ଚଳରେ ୩ ହଜାରରୁ ଅଧିକ ବଜ୍ରପାତ ହୋଇଥିବା ବେଳେ ଏହା କେତେ ଘାତକ ହୋଇପାରେ ତାହା ଜିଲ୍ଲା ଜରୁରୀକାଳୀନ ବିଭାଗର ରିପୋର୍ଟକୁ ଅପେକ୍ଷା କରାଯାଇଛି।  ପୂର୍ବରୁ ଓଡ଼ିଶାରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫ ହଜାରରୁ ଅଧିକ ଥର ବଜ୍ରପାତ ସର୍ବକାଳୀନ ରେକର୍ଡ ରହିଥିବାବେଳେ କୋରାପୁଟ ଜିଲ୍ଲା ଏହାର ପାଖାପାଖି ସଂଖ୍ୟାକୁ ଛୁଇଁଛି ବୋଲି କୁହାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ଯାଏ କୋରାପୁଟ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଦିଆଯାଇଥିବାବେଳେ ଏହି ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି ।

Spread the love