ଆରଆରଆର’ର ସଫଳତା ପରେ ‘ୱାର-୨’ ପାଇଁ ୧୦୦କୋଟି ପାରିଶ୍ରମିକ ମାଗିଲେ ଜେଆର ଏନଟିଆର

ମୁମ୍ବାଇ: ୨୦୨୨ରେ ସମସ୍ତ ରେକର୍ଡ ଭାଙ୍ଗିଥିଲା ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’। ଏହି ଫିଲ୍ମର ସଫଳତା ସହ ଏଥିରେ ଅଭିନୟ କରିଥିବା ଅଭିନେତ‌ା ରାମଚରଣ ଓ ଜେଆର ଏନଟିଆରଙ୍କ ବ୍ରାଣ୍ଡ ଭ୍ୟାଲୁ ବଢ଼ିଥିଲା। ‘ଆରଆରଆର’ରେ ଥିବା ଗୀତ ନାଟୁ ନାଟୁୁକୁ ଓସ୍କାର ପୁରସ୍କାର ମିଳିବା ପରେ ଏହି ଫିଲ୍ମର ଚାହିଦା ଆହୁରି ବଢ଼ିଥିଲା। ଏବେ ବ୍ରାଣ୍ଡ ଭ୍ୟାଲୁ ବଢ଼ିବା ପରେ ଜେଆର ଏନଟିଆର ନିଜର ଆଗାମୀ ଫିଲ୍ମ ପାଇଁ ଅଧିକ ପାରିଶ୍ରମିକ ଦାବି କରୁଥିବା ଜଣାପଡ଼ିଛି।

ବୁଧବାର ଚର୍ଚ୍ଚା ହୋଇଥିଲା ଯେ ଜେଆର ଏନଟିଆର ବଲିଉଡ ଫିଲ୍ମ ୱାର-୨ରେ ନଜର ଆସିବେ। ଏହି ଫିଲ୍ମରେ ସେ ଗ୍ରୀକ୍ ଗଡ ବୋଲି କୁହାଯାଉଥିବା ଅଭିନେତା ହ୍ରିତିକ ରୋଶନଙ୍କ ବିପକ୍ଷରେ କାମ କରିବେ। ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ଜେଆର ଏନଟିଆରଙ୍କ ପାରିଶ୍ରମିକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ‘ଆରଆରଆର’ ପାଇଁ ଜେଆର ଏନଟିଆର ୪୫କୋଟି ନେଇଥିବା ବେଳେ ୱାର-୨ ପାଇଁ ସେ ୧୦୦କୋଟି ଦାବି କରିଛନ୍ତି। ବଲିଉଡ ହଙ୍ଗାମା ଏହି ସୂଚନା ଦେଇଥିବ‌ା ବେଳେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇନାହିଁ।

Spread the love