ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଖଞ୍ଜା ହେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ: କମ୍ପାନୀ ସିଇଓ ସୁନ୍ଦର ପିଚାଇଙ୍କ ଘୋଷଣା

ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଖଞ୍ଜା ହେବ ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇ । ଚାଟ୍ ଜିପିଟି ଭଳି ଗୁଗୁଲରେ ମଧ୍ୟ ବ୍ୟବହାରକରୀ ସର୍ଚ୍ଚ କରି ଆବଶ୍ୟକୀୟ ତଥ୍ୟ ପାଇପାରିବେ । ଏଆଇ ଟେକ୍ନୋଲୋଜିର ବିନିଯୋଗ କରି ଆରମ୍ଭ ହୋଇଥିବା ଚାଟ୍ ଜିପିଟିର ବହୁଳ ବ୍ୟବହାର ଦେଖି ଗୁଗୁଲ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି । କିନ୍ତୁ ଚାଟ ଜିପିଟିର ଗୁଗୁଲ ବେପାରକୁ ପ୍ରଭାବିତ କରିବା ଭୟକୁ ନେଇ ଗୁଗୁଲ ଏଆଇ ବ୍ୟବହାର ନିଷ୍ପତି ନେବା କଥାକୁ ସେ ଏଡାଇ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ଗୁଗୁଲ ଘୋଷଣା କରିଥିଲା ଯେ, ଗୁଗୁଲ ବିଭିନ୍ନ ନୂଆ ସର୍ଚ୍ଚ ଇଞ୍ଜିନ ସହ ଏଆଇ ଯୁକ୍ତ ସର୍ଚ୍ଚ ଇଞ୍ଜିନ ଉପରେ କାର୍ଯ୍ୟ କରୁଛି । ଗୁଗୁଲ ଲାର୍ଜ ଲାଙ୍ଗୁଏଜ ମଡେଲ(ଏଲଏଲଏମ) ବ୍ୟବହାର କରିବ । ଯେଉଁଥିରେ ଆଟିଫିସିଆଲ ଇଂଟିଲିଜେନ୍ସ ଭଳି ଫିଚର ରହିବ ।

Spread the love