ଜମ୍ମୁ-କଶ୍ମୀରରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ କାରକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ

ଶ୍ରୀନଗର : କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଜମ୍ମୁ ଓ କଶ୍ମୀରରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତେବେ ସେ ସୁରକ୍ଷିତ ଥିବା ପୁଲିସ ସୁତ୍ରରୁ ଜଣାଯାଇଛି ।

କେନ୍ଦ୍ରମନ୍ତ୍ରୀ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ରାମବନ ଜିଲ୍ଲାରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା ।  ତେବେ ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ ।

ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିରଣ ରିଜିଜୁ ଯେଉଁ କାରରେ ବସିଛନ୍ତି ତାକୁ ଏକ ଟ୍ରକ୍ ଧକ୍କା ଦେଇଛି । ଧକ୍କା ହେବା ପରେ କିରଣ ରିଜିଜୁଙ୍କ ସୁରକ୍ଷାରେ ଥିବା ସୁରକ୍ଷା କର୍ମୀମାନେ ସେହି କାର୍ ଆଡ଼କୁ ଦୌଡ଼ୁଥିବା ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀମାନେ କାର୍ ରେ ପହଞ୍ଚିବା ମାତ୍ରେ କିରଣ ରିଜିଜୁ କାରରୁ ଓହ୍ଲାଇ ଛିଡ଼ା ହୋଇଥିଲେ ।  ଏହି ଭିଡିଓରେ ରିଜିଜୁଙ୍କୁ ଦେଖିଲେ ଲାଗୁଛି ଯେ ତାଙ୍କୁ କୌଣସି ପ୍ରକାରର ଆଘାତ ଲାଗିନାହିଁ। ସେହି କାରରେ ଥିବା ଅନ୍ୟ ଲୋକମାନେ ମଧ୍ୟ ସେମାନଙ୍କ ସହିତ ସୁରକ୍ଷିତ ଅଛନ୍ତି। ଏବେ ସ୍ଥାନୀୟ ପୁଲିସ ଏହି ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love