ପ୍ରତିକୂଳ ବ୍ୟବସ୍ଥା ସତ୍ୱେ ଓଡିଆ ଲୋକଙ୍କ ସ୍ୱାର୍ଥ ପାଇଁ ଲଢୁଛନ୍ତି ସାମ୍ବାଦିକ- ଧର୍ମେନ୍ଦ୍ର ପ୍ରଧାନ

ପ୍ରତିକୂଳ ବ୍ୟବସ୍ଥା ସତ୍ୱେ ଓଡିଆ ଲୋକଙ୍କ ପ୍ରତିକୂଳ ବ୍ୟବସ୍ଥା ସତ୍ୱେ ସାମ୍ବାଦିକମାନେ ଓଡିଆ ଲୋକଙ୍କର ସ୍ୱାର୍ଥ ପାଇଁ
ଲଢୁଛନ୍ତି ବୋଲି ଶନିବାର ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ କରାଯିବା
ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ବାଦିକ ବ୍ୟବସ୍ଥା ଭାରତୀୟ ଜନଜୀବନରେ ବହୁତ ପରୁଣା ବ୍ୟବସ୍ଥା । ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜି ଯେତେବେଳେ ସମସ୍ତେ ବ୍ୟବସ୍ଥାରେ ରହିବାକୁ ପସନ୍ଦ କରୁଛନ୍ତି ସେତେବେଳେ ନିରପକ୍ଷତା, ନିର୍ଭିକତା ଗୋଟିଏ ଦୁଃମୂଲ୍ୟ ବିଷୟ ହୋଇପଡିଛି । ତେଣୁ ସାମ୍ବାଦିକମାନେ ନଥିଲେ ସମ୍ଭବତଃ ସମାଜରେ ଆରାଜକତା ବୃଦ୍ଧି ପାଉଥାନ୍ତା । ଏହି ବ୍ୟବସ୍ଥାକୁ ସାମ୍ବାଦିକମାନେ
ନିରନ୍ତର ଜାରୀ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ ଯେଉଁଠି ଗଣତନ୍ତ୍ର ଅଛି ସେଠାରେ ସାମ୍ବାଦିକମାନଙ୍କର ଲେଖା ତଥା ବକ୍ତବ୍ୟ ଅଛି ।
ସାମ୍ବାଦିକମାନଙ୍କ ଲେଖାରେ ପ୍ରଶଂସା, ଆଲୋଚନା ଓ ସମାଲୋଚନା ଉଭୟ ଥାଏ । ସାମ୍ବାଦିକମାନେ ନିନ୍ଦୁକ ନୁହଁନ୍ତି,
ସାମ୍ବାଦିକମାନେ ଏକ ପ୍ରକାର ପରାମର୍ଶଦାତା । ଆଇନା ଦେଖାଇବାର ଦାୟିତ୍ୱ ସବୁ ସାମ୍ବାଦିକମାନଙ୍କର ଅଛି ।
ସମାଜର ବାସ୍ତବ ସ୍ଥିତିକୁ ଦେଖାଇବାରେ ଓ ଲୋକଙ୍କୁ ଯୋଡିବାର ଦାୟିତ୍ୱ ସାମ୍ବାଦିକମାନଙ୍କର ଥିଲାବେଳେ
ଓଡିଶାରେ ଏହି ପରମ୍ପରା ଦୃଢ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଜାତୀୟ ସାମ୍ବାଦିକତା କଲ୍ୟାଣ ବୋର୍ଡ
ପକ୍ଷରୁ ବରିଷ୍ଠ ସାମ୍ବାଦିକଙ୍କ ପେନସନ ବ୍ୟବସ୍ଥାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ୨୮ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ଏବଂ ୫ ମେଧାବୀଙ୍କୁ ସାମ୍ବାଦିକତା ସ୍ମାରକୀ
ପ୍ରଦାନ କରିବା ସହ ଜୀବନବ୍ୟାପୀ ଅବଦାନ ପାଇଁ ସାମ୍ବାଦିକଙ୍କୁ ସାମ୍ବାଦିକ ରତ୍ନ ଓ ସାମ୍ବାଦିକ ଗୌରବ ସମ୍ମାନ ମଧ୍ୟ
ପ୍ରଦାନ କରିଥିଲେ ।

Spread the love