ଛତିଶଗଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ୍

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ
ଭୁପେଶ ବାଘେଲ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଉଭୟ ମନ୍ତ୍ରୀ ରାଜ୍ୟରେ
ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟର ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର
ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଜୈବ ଇନ୍ଧନ ଏବଂ ସିଟି ଗ୍ୟାସ ବିତରଣ(ସିବିଜି) ପାଇଁ ଛତିଶଗଡ ଉକ୍ରୃଷ୍ଟ ସ୍ଥାନ ହୋଇଥିବା ବେଳେ ଏହି
ଆଲୋଚନା କାଳରେ ଉଭୟ ମନ୍ତ୍ରୀ ଜୈବ ଇନ୍ଧନର କ୍ଷମତା ଓ ଉତ୍ପାଦନକୁ ବୃଦ୍ଧି କରିବା ଉପରେ ଚର୍ଚ୍ଚା
କରିଥିଲେ ।
ସେହିପରି ଉଭୟ ମନ୍ତ୍ରୀ ଭିଲାଇ ଇସ୍ପାତ କାରଖାନାର ଦକ୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଛତିଶଗଡର ସମଗ୍ର ବିକାଶ ପାଇଁ ବିଶେଷଭାବରେ ଖଣି ଲିଜ୍ର ସଂପ୍ରସାରଣ ସମେତ ଏନଏମଡିସିର ବର୍ତମାନ ଏବଂ ଭବିଷ୍ୟତର ପ୍ରକଳ୍ପ ପାଇଁ ଶ୍ରୀ ପ୍ରଧାନ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଥିଲେ ।

Spread the love