ଆସନ୍ତୁ ଜାଣିବା କିପରି ମୁକ୍ତ ହେବେ ଇନଫର୍ଟିଲିଟି ସମସ୍ୟାରୁ

ସ୍ପର୍ମ କାଉଣ୍ଟ କମ ହେବା ଯୋଗୁ ପୁରୁଷଙ୍କ ଫର୍ଟିଲିଟି ଉପରେ ଗଭୀର ପ୍ରଭାବ ପଡୁଛି। ଏଣୁ କ୍ୱାଲିଟି ଓ କ୍ୱାଣ୍ଟିଟି ବଢାଇବା ଲାଗି ଲୋକେ ବିଭିନ୍ନ ପ୍ରକାର ଔଷଧ ସେବନ କରୁଛନ୍ତି। ହେଲେ ଏଥିରୁ ଯେପରି ସୁଫଳ ମିଳିବା କଥା ତାହ ମିଳିପାରୁ ନାହିଁ । ଫଳରେ ଲୋକେ ବର୍ଷବର୍ଷ ଧରି ସମସ୍ୟାରୁ ମୁକ୍ତ ହୋଇପାରୁନାହାନ୍ତି। ତେବେ ଏଥିଲାଗି ଡାକ୍ତରଙ୍କ ପଛରେ ଗୋଡେଇବାର ଆଉ କୌଣସି ଆବଶ୍ୟକତା ନାହିଁ। ଏହାର ଚିକିତ୍ସା ଆପଣଙ୍କ ରୋଷେଇ ଘରେ ହିଁ ଅଛି। ତେବେ ଆସନ୍ତୁ ଜାଣିବା କିପରି ମୁକ୍ତ ହେବେ ଇନଫର୍ଟିଲିଟି ସମସ୍ୟାରୁ।

ବୈଜ୍ଞାନିକମାନେ ଦାବି କରିଛନ୍ତି ଟମାଟୋରେ ଏଭଳି ତତ୍ୱ ରହିଛି ଯାହା ପୁରୁଷଙ୍କ ପ୍ରଜନନ ଜନିତ ସମସ୍ୟାକୁ ଶତପ୍ରତିଶତ ସମାଧାନ କରିପାରିବ। ପୁରୁଷଙ୍କ ଏକ ବର୍ଗ ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି। ବୈଜ୍ଞାନିକଙ୍କ ଅନୁସାରେ ଟମାଟୋରେ ଥିବା ଲାଇକୋପିନ ହିଁ ପୁରୁଷଙ୍କ ଯୌନ ସମସ୍ୟାର ସମାଧାନ କରିପାରୁଛି। ଏହି ରସାୟନର ଉପସ୍ଥିତି ହିଁ ଟମାଟୋକୁ ଲାଲ କରିଥାଏ। ଏଣୁ ନିୟମିତ କଞ୍ଚା ଟମାଟୋ ସେବନ ଫର୍ଟିଲିଟି ଜନିତ ସମସ୍ୟା ସମାଧାନ ଲାଗି ଯଥେଷ୍ଟ ବୋଲି ବୈଜ୍ଞାକନିକ କହିଛନ୍ତି।*

ଏହି ଗବେଷଣାରୁ ଭବିଷ୍ୟତରେ ଫର୍ଟିଲିଟି ନିମନ୍ତେ ଚିକିତ୍ସିତ ହେଉଥିବା ଲୋକଙ୍କୁ ବିଶେଷ ସହାୟତା ମିଳିପାରିବ ବୋଲି ବୈଜ୍ଞାନିକ ଆଶାବ୍ୟକ୍ତ କରିଛନ୍ତି। ବିଶ୍ୱରେ ୪୦ ପ୍ରତିଶତ ଇନଫର୍ଟିଲିଟି ମାମଲା ଖରାପ ସ୍ପର୍ମ ଯୋଗୁ ବୋଲି ଜଣାପଡିଛି । ଏଣୁ ନିୟମିତ ଟମାଟୋ ସେବନ କରୁଥିବା ଲୋକଙ୍କ ଠାରେ ଯୌନ ଦୁର୍ବଳତା ରହିବ ନାହିଁ ବୋଲି ବୈଜ୍ଞାନିକ କହିଛନ୍ତି। ଟମାଟୋରେ ଥିବା ଲାଇକୋପିନର ଆଣ୍ଟି ଅକ୍ସିଡେଣ୍ଟ ଗୁଣ ସ୍ପର୍ମକୁ କ୍ଷତିଗ୍ରସ୍ତ ହେବାରୁ ରୋକିଥାଏ ବୋଲି ଏହି ଅନୁଧ୍ୟାନରୁ ଜଣାପଡିଥିବା ସେଫିଲ୍ଡ ବିଶ୍ୱବିଦ୍ୟାଳୟର ଗବେଷକ ଟିମ୍ ପ୍ରଥମ ଥର ଉଜାଗର କରିଥିବା ହେଡ ପ୍ରଫେସର ଏଲନ ପିସି କହିଛନ୍ତି। ଏବେ ଗବେଷକ ଟିମର ଆଗାମୀ ଗବେଷଣା ଇନଫର୍ଟାଇଲ ପୁରୁଷ ହେବେ ବୋଲି ପିସି କହିଛନ୍ତି।

Spread the love