ଗର୍ଭବତୀ ପତ୍ନୀଙ୍କୁ ଗୁଳିକରି ହତ୍ୟା

ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସ୍ବାମୀ ନିଜ ଗର୍ଭବତୀ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଛି। ପତ୍ନୀଙ୍କୁ ଗୁଳି କରିବା ପରେ ସେହି ଦିନ ସନ୍ଧ୍ୟାରେ ଅଭିଯୁକ୍ତ ସ୍ବାମୀ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। କାନପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ଓ ସ୍ତ୍ରୀଙ୍କ ଶବକୁ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରିଛି।  ଘଟଣା ଅନୁସାରେ ପତ୍ନୀ ନେହା ତାଙ୍କ ବାପ ଘରକୁ ଯିବା କଥା ସ୍ବାମୀ ପଙ୍କଜକୁ କହିଥିଲେ। ପଙ୍କଜ ରାଜି ନ ହେବାରୁ ଉଭୟଙ୍କ ମଧ୍ୟ​‌ରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏହି କଥାକୁ କେନ୍ଦ୍ରକରି ଠିକ୍‌ ସଂସ୍ଥାରେ ଦରଜୀ କାମ କରୁଥିବା ପଙ୍କଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

Spread the love