ଖରା ଦିନରେ ଏସବୁ ସ୍ଥାନର ମଜା ଉଠାନ୍ତୁ

ବୁଲିବା କାହାକୁ ବା ପସନ୍ଦ ନୁହେଁ ? ଖାସ କରି ପ୍ରାୟ ପ୍ରକୃତି କୁ ଉପଭୋଗ କରିବା ପାଇଁ ଶୀତ ଦିନ ରେ ବାହାରକୁ ବୁଲିବାକୁ ଯାଇଥାନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ସ୍ଥାନ ବିଷୟରେ କହିବୁ ତାହା ଖରା ଦିନ ପାଇଁ ଉଦିଷ୍ଟ । ସମସ୍ତେ ଚାହାଁନ୍ତି ଟିକିଏ ବ୍ୟସ୍ତବହୁଳ ଜୀବନରୁ ଫ୍ରି ସମୟ ମିଳିଲେ କୌଣସି ସ୍ଥାନକୁ ଯାଇ ବୁଲି ଆସିବେ । ତେବେ ବୁଲିବାର ସଠିକ୍ ସମୟ ହେଉଛି ଗରମ ଦିନ କିମ୍ବା ଶୀତ ଦିନ। ଏବେ ଧିରେ ଧିରେ ଗରମ ବଢିବାରେ ଲାଗିଛି। ଗ୍ରୀଷ୍ମ ଛୁଟିଦିନ ପାଇଁ ଏପରି ସ୍ଥାନ ଯାହାକି ବଜେଟ୍ ଫ୍ରେଣ୍ଡଲି ସହ ପାଣିପାଗ ଅନୁକୂଳ ସ୍ଥାନ । ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ…
କାସୋଲ ହିମାଚଳପ୍ରଦେଶ ରେ ଅବସ୍ଥିତ ଏକ ସୁନ୍ଦର ସ୍ଥାନ । ଏହା ପାର୍ବତୀ ନଦୀ କୂଳରେ ରହିଛି ଯାହାକି ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଟ୍ରେକର, ବ୍ୟାକପ୍ୟାକର୍ ଏବଂ ପ୍ରକୃତିପ୍ରେମୀଙ୍କ ପାଇଁ ଏହି ସ୍ଥାନଟି ବହୁତ ଭଲ । ଆପଣ ଆସିଲେ ଏଠାରେ ପାହାଡ଼, ନଦୀ ଏବଂ ସୂର୍ଯ୍ୟାସ୍ତର ଦୃଶ୍ୟକୁ ଉପଭୋଗ କରିପାରିବେ।

ଖରା ଦିନ ପାଇଁ ବେଷ୍ଟ କୋଡାଇକାନାଲ। ମେଘ ଆଚ୍ଛାଦିତ ପର୍ବତ ଏବଂ ସୁନ୍ଦର ହ୍ରଦ ସହ ଉପତ୍ୟକାରେ ଆଚ୍ଛାଦିତ ହୋଇଥିବା ସୁନ୍ଦର ସ୍ଥାନ ହେଉଛି କୋଡାଇକାନାଲ। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ବିମୋହିତ କରିବ। ଏହି ସ୍ଥାନକୁ ଗଲେ ଆପଣ କମ ଖର୍ଚ୍ଚ କରି ଅନେକ ସୁବିଧା ର ଲାଭ ପାଇବେ ।

ଆଲେପ୍ପି ଏହାର ସୁନ୍ଦର ବେଳାଭୂମି, ବ୍ୟାକ୍ୱାଟର୍ ଏବଂ ଲାଗୁନ୍ ପାଇଁ ପ୍ରସିଦ୍ଧ । ଏହା ମନ୍ଦିର ଏବଂ ପାରମ୍ପରିକ ଡଙ୍ଗା ଚାଳନା ପାଇଁ ଜଣଶୁଣା । ଆପଣ ମଧ୍ୟ ଏଠାକୁ ବୁଲିବାକୁ ଯାଇପାରିବେ । ଆପଣ ଏଠାରେ କମ ବଜେଟ୍ ରେ ହୋଟେଲ ଏବଂ ଗେଷ୍ଟ ହାଉସ୍ ବୁକ୍ କରିପାରିବେ ।

ଦାର୍ଜିଲିଂ ନାମ କିଏ ବା ନ ଶୁଣିଚି। ଏହା ଚା’ ବଗିଚା ପାଇଁ ବହୁତ ପ୍ରସିଦ୍ଧ । ଆପଣ ଏଠାକୁ ଆସି ଟୟ ଟ୍ରେନରେ ଯାତ୍ରା କରି ଉପଭୋଗ କରିପାରିବେ ।ଯଦି ଆପଣ ଚା’ ବଗିଚା ବୁଲିବାକୁ ଚାହୁଁଛନ୍ତି ତେବେ ଆପଣ ଏଠାକୁ ଆସି ବୁଲିପାରିବେ ।

Spread the love