କରୋନା ବେଳେ ଚାକିରି ଦେଇଥିଲେ ଆଇଟି କମ୍ପାନୀ; ଏବେ କରାଯାଉଛି ଛଟେଇ

କରୋନା ବେଳେ ଚାକିରି ଦେଇଥିଲେ ଆଇଟି କମ୍ପାନୀ । ଏବେ କରାଯାଉଛି ଛଟେଇ । ୨୦୨୦ରେ କରୋନା ମହାମାରୀ ବେଳେ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା କମ୍ପାନୀ ଗୁଡ଼ିକ ଲାଗି ସବୁଠୁ ବଡ଼ ସୁଯୋଗ ସୃଷ୍ଟି ହୋଇଥିଲା । ଘରେ ବାନ୍ଧି ହୋଇ ରହିବା ସହ ପ୍ରଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳ ହୋଇପଡ଼ିଥିଲେ ।

ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରଯୁକ୍ତି କମ୍ପାନୀ ଗୁଡ଼ିକ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିଲେ । ଏବେ କରୋନା ମହାମାରୀ କମିଥିବା ବେଳେ ପ୍ରଯୁକ୍ତିକୁ ଆଉ ପୂର୍ବ ପରି ବ୍ୟବହାର କରୁନାହାନ୍ତି । ଯାହାକୁ ନେଇ କମ୍ପାନୀ ଗୁଡ଼ିକର ଚିନ୍ତା ବଢିଛି । କର୍ମଚାରୀ ପରିଚାଳନା ପାଇଁ ବ୍ୟୟ ଅଧିକ ହେଉଥିବାରୁ ଛଟେଇ କରୁଛନ୍ତି କମ୍ପାନୀ ।ମାନବ ସମ୍ବଳ ଓ ପ୍ରତିଭା ଅନ୍ୱେଷଣ କ୍ଷେତ୍ରରେ ଅଧିକ ଛଟେଇ କରାଯାଇଛି
– ମାନବ ସମ୍ବଳ କର୍ମଚାରୀଙ୍କ ଭାଗ ସର୍ବାଧିକ ୨୮ ପ୍ରତିଶତ
– ୨୨.୧ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସଫ୍ଟୱେର ଇଞ୍ଜିନିୟର
– ଛଟେଇରେ ମାର୍କେଟିଂ କର୍ମଚାରୀଙ୍କ ଭାଗ ୭ ଦଶମିକ ୧ ପ୍ରତିଶତ
– ଗ୍ରାହକ ସେବା କର୍ମଚାରୀଙ୍କ ଭାଗ ରହିଛି ୪ ଦଶମିକ ୬ ପ୍ରତିଶତ
– ଛଟେଇ ହୋଇଥିବା ଅଧିକାଂଶ କର୍ମଚାରୀଙ୍କ ବୟସ ୩୦ରୁ ୪୦ ଭିତରେ
– ଛଟେଇ କର୍ମଚାରୀଙ୍କ ହାରାହାରି ଅଭିଜ୍ଞତା ପ୍ରାୟ ୧୨ ବର୍ଷ
– ୨୦୨୨ରେ ୧ ଲକ୍ଷ ୬୫ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା

Spread the love