ଗଞ୍ଜାମକୁ ମିଳିଲା ଦେଶର ଶ୍ରେଷ୍ଠ ‘ଜିଲ୍ଲା ପରିଷଦ’ ପୁରସ୍କାର, ଏହା ସହ ୫କୋଟି ଟଙ୍କାର ପୁରସ୍କାର ମିଳିଛି

ଛଅଟି ଜାତୀୟ ପୁରସ୍କାର ପାଇଲା ଗଞ୍ଜାମ ଜିଲ୍ଲା । ଗଞ୍ଜାମ ଜିଲ୍ଲା ପରିଷଦକୁ ଜାତୀୟ ପୁରସ୍କାର ମିଳିଛି । ଶ୍ରେଷ୍ଠ ଜିଲ୍ଲା ପରିଷଦ ଭାବେ ଗଞ୍ଜାମ ନ୍ୟାସନାଲ ପଞ୍ଚାୟତ ପୁରସ୍କୃତ ହୋଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହା ସହ ୫କୋଟି ଟଙ୍କାର ପୁରସ୍କାର ମିଳିଛି । ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ୱାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବ ବିଷୟ । ଶ୍ରେଷ୍ଠ ପଞ୍ଚାୟତ ଭାବେ ସର୍ବ ଭାରତୀୟସ୍ତରରେ ହିଞ୍ଜିଳିିକାଟୁ ପ୍ରଥମ ସ୍ଥାନ ଅଧିକାରୀ କରିଛି । ଦ୍ୱିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି ହିଞ୍ଜିଳିକାଟୁ ବ୍ଲକ କଞ୍ଚୁଡୁ ପଞ୍ଚାୟତ । ଶାଶନଆମ୍ବ ଗାଁ ଦ୍ୱିତୀୟ ଶ୍ରେଷ୍ଠ ସୁସ୍ଥ ଓ ସବୁଜ ପଞ୍ଚାୟତ ଭାବରେ ପୁରସ୍କୃତ ହୋଇଛି । ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମ ପଞ୍ଚାୟତକୁ ଦ୍ୱିତୀୟ ଶ୍ରେଷ୍ଠ ସାମାଜିକ ଭାବେ ସୁରକ୍ଷିତ ଓ ପାତ୍ରପୁର ବ୍ଲକ ଆଙ୍କଲୀ ଗ୍ରାମ ପଞ୍ଚାୟତକୁ ଦ୍ୱିତୀୟ ଶ୍ରେଷ୍ଠ ଉର୍ଜା ସ୍ୱରାଜ ପଞ୍ଚାୟତ ଭାବରେ ପୁରସ୍କୃତ କରାଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନମାନଙ୍କ ଦ୍ୱାରା କରାଯାଉଥିବା ଉତ୍ତମ କାର୍ଯ୍ୟକୁ ଚିହ୍ନଟ କରିବା ସହ ସେମାନଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ୱାରା ଏହି ପୁରସ୍କାର ଯୋଜନା ପ୍ରଣୟନ କରାଯାଇଛି। ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ୧ ନମ୍ବର କରିବାକୁ ଘୋଷଣା କରିଛନ୍ତି ।

Spread the love