ରାଜ୍ୟ ସରକାର ଓ ଖଣି ଲିଜ୍‌ଧାରୀଙ୍କ ଅନୈତିକ ବୁଝାମଣା ପାଇଁ ରାଜସ୍ୱ କ୍ଷତି ଘଟୁଛି: ଅପରାଜିିତା ଷଡଙ୍ଗୀ

ଭୁବନେଶ୍ୱର, ତା.୧୭/୦୪: ଲୁହା, ମାଙ୍ଗାନିଜ୍‌, କ୍ରୋମ ଇତ୍ୟାଦି ଖଣିଜ ସମ୍ବଳ ଓଡ଼ିଶାରେ ଗଚ୍ଛିତ ଥିଲେବି ଦରିଦ୍ର ରାଜ୍ୟ ରୂପେ ପରିଗଣିତ ହେଉଛି । ଦେଶର ମୋଟ ଖଣିଜ ସମ୍ମଳ ମଧ୍ୟରୁ ଓଡ଼ିଶାରେ ୯୬.୧୨ପ୍ରତିଶତ କ୍ରୋମ, ୫୧.୧୫ପ୍ରତିଶତ ବକ୍ସାଇଟ, ୩୩.୧୨ପ୍ରତିଶତ ହେମାଟାଇନ ଆଇନର, ୪୩.୬୪ପ୍ରତିଶତ ମାଙ୍ଗିନିଜ ଗଛିତ ଅଛି । କିନ୍ତୁ ରାଜ୍ୟ ସରକାର ଓ ଖଣିମାଫିଆ ମାନଙ୍କ ଅନୈତିକ ବୁଝାମଣା ଏବଂ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଯୋଗୁଁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୃଶ୍ୟ ହେଉଥିବା ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ୨୦୧୦ ନଭେମ୍ବରରେ ରାଜ୍ୟ ସରକାରଙ୍କୁ ବ୍ୟାପକ ଖଣି ଦୁର୍ନୀତିର ତର୍ଜମା କରିବା ପାଇଁ “ଶାହା କମିଶନ” ଗଠିତ ହୋଇଥିଲା । ଶାହା କମିଶନ ଓଡ଼ିଶାର ଦୁର୍ନୀତି ଓ ଅନିୟମତିତା ସମ୍ପର୍କରେ ରିପୋର୍ଟ ଦେଇଥିଲେ ବି ରାଜ୍ୟ ସରକାର ଅଣଦେଖା କରିଥିଲେ । ଓଡ଼ିଶାର ୫୯ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି କିନ୍ତୁ ରାଜ୍ୟ ସରକାର ଏଯାଏଁ କୌଣସି ପଦକ୍ଷେପ ନନେଇ ଖଣି ଦୁର୍ନୀତିକୁ ଆହୁରି ବ୍ୟାପକ କରିବା ପାଇଁ ଚତୁରତାର ସହ ଅଭିନୟ ଉପାୟ ବାହାର କରିବା ଅତ୍ୟନ୍ତ ଲଜ୍ୟାଜନକ ।
ରାଜ୍ୟ ସରକାର ଓ ପ୍ରାଇଭେଟ ଲିଜଧାରୀ ଖଣିମାଲିକଙ୍କ ମଧ୍ୟରେ ଥିବା ଅନୈତିକ ବୁଝାମଣା ଦ୍ୱାରା ରାଜ୍ୟରେ ଖଣି ଗୁଡିକରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ହେବା ସହ ରାଜ୍ୟ ରାଜକୋଷର ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି । ରାଜ୍ୟ ସରକାର ଘରୋଇ ଖଣି ମାଲିକଙ୍କୁ ଚାପ ପକାଇ ଖଣି ଉନ୍ନୟନ ଓ ଖଣି ପରିଚାଳନା ନିୟମ କିମ୍ବା ଉତ୍ପାଦନ ପାଇଁ ନିର୍ଦ୍ଦିଷ୍ଟ ଠିକାଦାର ଏନଂ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିରକରି ଉତ୍ପାଦ ଦ୍ରବ୍ୟ କମ୍ ମୂଲ୍ୟରେ ପରିବହନ ପାଇଁ ମନମୁଖୀ ନିୟମ ନିର୍ଦ୍ଧାରଣ କରିଛନ୍ତି । ଏହା କେବଳ ଖଣି ପରିଚାଳନା କିମ୍ବା ଟ୍ରାନ୍ସପୋର୍ଟର ପର୍ଯ୍ୟନ୍ତ ସୀମିତ ନରହି ଏକ ଅଭିନବ ଓ ଅନୈତିକ ରାସ୍ତାରେ ହଜାର ହଜାର କୋଟି ଟଙ୍କା ଲୁଟିବା ପାଇଁ ପ୍ରୟାସ କରାଯାଉଛି । ବିଗତ ଦିନରେ ଲୁହାପଥର ଉତ୍ପାଦନରେ ବ୍ୟାପକ ଦୁର୍ନୀତି ଦେଖାଯାଇଥିଲା । ସମାନଭାବେ କ୍ରୋମ ଏବଂ ମାଙ୍ଗାନିଜ ଉତୋଳନରେ ମଧ୍ୟ ଉତମ ଗୁଣବତା ଦ୍ରବ୍ୟକୁ ନିମ୍ନମାନର ଦେଖାଇ ବିକ୍ରୟ କରାଯାଉଛି । ଯଦ୍ୱାରା ରାଜ୍ୟ ରାଜକୋଷକୁ ହାନି ପହଁଚାଂଇବା ସହ ବ୍ୟାପକ ଦୁର୍ନୀତି କରିବାରେ ସହାୟକ ହୋଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ସେହିପରି ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ)ର କୁପରିଚାଳନାକୁ ଦର୍ଶାଇବା ପରେ ଜିଲ୍ଲା ପ୍ରଶାସନ ଦୁର୍ନୀତି ଗ୍ରସ୍ତ ହୋଇଛି । କେନ୍ଦ୍ର ସରକାର ଓଡ଼ିଶାରେ ନୂତନଭାବେ ନିଲାମ ହୋଇଥିବା କେତେକ ଖଣିର ଦୁର୍ନୀତି ଓ ଅନିୟମିତତା ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ସେହି ଚିଠିରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଉତ୍ପାଦନ ହେଉଥିବା ଭଲ ଗ୍ରେଡର ଲୁହା, ମାଙ୍ଗାନିଜ, କ୍ରୋମ ଖଣିଜ ପଦାର୍ଥକୁ ନିମ୍ନାମାନର ଦର୍ଶାଇ ନିମ୍ନ ମୂଲ୍ୟରେ ବିକ୍ରୟ କରି ରାଜକୋଷକୁ ରୟାଲିଟି ଡିଏମଏଫ ଏବଂ ଏନଏମ୍‌ଇଟିକୁ ଆବଶ୍ୟକୀୟ ଦେୟ ଫାଙ୍କି ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କରି ହରିଲୁଟ୍ କରିଛନ୍ତି । ଏଭଳି ଅଭିନବ ଉପାୟ ଅବଲମ୍ବନରେ ଖଣି ଲିଜ୍‌ଧାରୀଙ୍କ ସହ ରାଜ୍ୟ ସରକାରଙ୍କ ଅନୈତିକ ମେଂଟ ରହିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଖଣିଜ କ୍ଷେତ୍ରରେ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ଦୁର୍ନୀତି ଚାଲିଛି ସେସମ୍ପର୍କରେ ରାଜ୍ୟ ସରକାର ଉତର ରଖନ୍ତୁ । ଖଣି ଉତୋଳନ ବେଳେ ମାଙ୍ଗାନିଜ ଧାତୁ ଖଣିରୁ ନିର୍ଗମ ହୁଏ । ଯେଉଁ ମାଙ୍ଗାନିଜ ଖଣିରୁ ୨୫ପ୍ରତିଶତ ମାଙ୍ଗାନିଜ ଧାତୁରୁ କମ୍ ଅନୁପାତରେ ଧାନୁ ଥାଏ ତାହାକୁ ନିମ୍ନଧାତୁ କୁହାଯାଏ । ଖଣିଜ ନିଲାମବେଳେ ଖଣିମାନଙ୍କୁ ନିଲାମଧାନୀଙ୍କର ସର୍ବୋଚ ମୂଲ୍ୟ ଭିତିରେ ଘରୋଇ ନିଲାମଧାରିମାନଙ୍କୁ ମନୋନୀତ କରାଯାଏ ଏବଂ ସେମାନେ ଟନ ହାରରେ ବିଡମୂଲ୍ୟ ରାଜ୍ୟ ସରକାରଙ୍କୁ ଦେଇଥାନ୍ତି । ଇଣ୍ଡିଆ ବିୁ୍ୟରୋ ଅଫ ମାଇନ୍ସ ଦ୍ୱାରା ସମୟାନୁକ୍ରମେ ନିର୍ଦ୍ଧାରିତ ହାରାହାରି ବିକ୍ରୟ ମୂଲ୍ୟର ନିର୍ଦ୍ଧିଷ୍ଟ ହାରରେ ଲିଜଧାରୀମାନେ ପ୍ରିମିଅମ ଆମାଉଂଟ ୯୦ପ୍ରତିଶତ ରୁ ୧୫୪ପ୍ରତିଶତ ଦେଇଥାନ୍ତି । ଖଣିଜର ହାରାହାରି ବିକ୍ରୟ ମୂଲ୍ୟ ଟନ ପିଛା ହଜାରେ ହୁଏ ତେବେ ଖଣି ଉତୋଳନକାରୀମାନେ ଟନ ପିଛା ୧୧ଶହ ରାଜ୍ୟ ସରକାରଙ୍କୁ ଦିଅନ୍ତି ଏବଂ ଲିଜଧାରୀମାନଙ୍କ ବୀଡ ପ୍ରିମିଅମ ୧୫୪%କୁ ସ୍ପଷ୍ଟ କରେ, ସେତେବେଳେ ସେମାନେ ଟପ ପିଛା ୧୫୪୦ଟଙ୍କା ଦେଇଥାନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଇଣ୍ଡିଆନ ବିରୋ ଅଫ ମାଇନ୍ସ ଉତ୍ପାଦିତ ଖଣିଜର ଆନୁପାତିକ କ୍ରମରେ ଅଧିକ ମାନର ଖଣିଜ ଧାତୁକୁ ନିମ୍ନମାନର ଦର୍ଶାଇ ଲିଜ୍‌ଧାରୀମାନେ ଏଏସପି କମ ଦେଇଥାନ୍ତି । ଏହାଦ୍ୱାରା ଅନେକ ନିଲାମ ଖଣିମାନଙ୍କରୁ ଉତ୍ପାଦିତ ଖଣିଜକୁ ନିମ୍ନମାନର ଦର୍ଶାଇବା ଦ୍ୱାରା କୋଟି କୋଟି ରାଜକୋଷ କ୍ଷତି ହୋଇଥାଏ । ସିଲଜୋରି କାଲିମାଟି ଖଣିରେ ହେଉଥିବା ଖଣିମାଲିକ ଓ ରାଜ୍ୟ ସରକାରଙ୍କ ସହ ଅନୈତିକ ବୁଝାମଣାରେ ରାଜ୍ୟ ରାଜକୋଷକୁ କ୍ଷତି ପହଚାଂଇଛି । ଖଣିଜ ପଦାର୍ଥ ନିଲାମ ପୂର୍ବରୁ ଲୋ-ଗ୍ରେଡ ମାଙ୍ଗାନିଜର ସର୍ବନିମ୍ନ ୪.୮୬ହାରରୁ ଆରମ୍ଭ କରି ସର୍ବାଧିକ ୪୦ପ୍ରତିଶତ ଯାଏ ନିର୍ଦ୍ଧାରିତ ଥିବାବେଳେ ସମୟକ୍ରମେ ଅନୈତିକ ଦୁଇ ବର୍ଷରେ ଯଥାକ୍ରମେ ୯୮ପ୍ରତିଶତ ଓ ୯୬ପ୍ରତିଶତ ଦର୍ଶାଇ ଦୁର୍ନୀତି କରିବାର ଉପାୟ ଅବଲମ୍ବନ କରାଯାଇଛି । ଫଳରେ ଧାତୁର ଲୋ-ଗ୍ରେଡ ଦେଖାଇବା ଦ୍ୱାରା ରାଜ୍ୟ କୋଷକୁ ପ୍ରଭୁତ କ୍ଷତି ପହଚିଂଛି । ମାଙ୍ଗାନିଜ ଧାତୁର ମାନ ଲୋଗ୍ରେଡ କରାଯାଇ ଖଣି ଲିଜଧାରୀ ଓ ଏହି ପକ୍ରିୟାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ପକେଟ୍‌କୁ କୋଟି କୋଟି ଟଙ୍କା ଯାଉଥିବାବେଳେ ରାଜ୍ୟ ରାଜକୋଷର ପ୍ରଭୃତ କ୍ଷତି ହେଉଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଆଇନ ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ରାଜ୍ୟ ସରକାରଙ୍କ କ୍ଷମତା ଥିଲେ ମଧ୍ୟ ରାଜ୍ୟ ସରକାର ଖଣି ମାଲିକଙ୍କ ଲିଜ୍ ରଦ୍ଦ କରିବା ପରିବର୍ତେ ଦୁର୍ନୀତି କରିବାକୁ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରୁଛନ୍ତି । ଅତୀତରେ ଉଚ୍ଚ ନ୍ୟାୟଳୟ ଏବଂ ମାଇନିଙ୍ଗ ଟ୍ରିବ୍ୟୁନାଲରୁ ରହିତାଦେଶ ଆଣିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦେଇଥିବାର ପ୍ରମାଣ ରହିଛି । ରାଜ୍ୟ ସରକାରଙ୍କ ତରଫରୁ ସଂପୃକ୍ତ ମାମଲାମାନଙ୍କରେ କାହିଁକି ନିଜକୁ ପକ୍ଷଭୁକ୍ତ କରି ନ୍ୟାୟାଳୟରେ ଦସ୍ତାବିଜ ଦାଖଲ କରାଗଲାନାହିଁ ଏହାର ଉତର ଦିଅନ୍ତୁ ରାଜ୍ୟ ସରକାର । ଖଣି ଲିଜଧାରୀମାନେ ରାଜ୍ୟ ସରକାର ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଉର୍ଦ୍ଦେଶମୂଳକଭାବେ ଠକି ଚାଲିଛନ୍ତି, ଅଥଚ ସେମାନଙ୍କ ଲିଜ୍ କାହିଁକି ରଦ୍ଦ କରାଯାଇନାହିଁ ତାହା ରାଜ୍ୟ ସରକାରଙ୍କୁ ସନ୍ଦେହ ଘେରରେ ରଖିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love