ବିଦା ହେଲେ ଡିଜିପି ବିଜୟ ଶର୍ମା

ବିଜୟ ଶର୍ମାଙ୍କ ଜାଗାରେ  ଅଭୟଙ୍କୁ ଡିଜିପି ପଦରେ ଅବସ୍ଥାପିତ କରାଯାଇଛି । ଅଭୟ ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେଠାରୁ ସେ ଦାୟିତ୍ୱ ଛାଡ଼ିବା ପର୍ଯ୍ୟନ୍ତ ସତ୍ୟଜିତ୍ ମହାନ୍ତି ଭାରପ୍ରାପ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ । ଏଥିସହ ଶ୍ରୀ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗର ଡିଜି ଭାବେ ସୁନୀଲ ରାଏଙ୍କୁ ଅବସ୍ଥାପିତ କରାଯାଇଛି ।
ବିଜୟ ଶର୍ମାଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଏହି କଠୋର ନିଷ୍ପତ୍ତି ସବୁ ମହଲରେ ହଇଚଇ ସୃଷ୍ଟି କରିଛି । ସାଧାରଣରେ ଏହାକୁ ଅପ୍ରତ୍ୟାଶିତ କୁହାଯାଉଥିଲେ ମଧ୍ୟ ଶ୍ରୀ ଶର୍ମାଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଥିବା ଗତକାଲିଠାରୁ ସ୍ପଷ୍ଟ ହୋଇସାରିଥିଲା । ବଡ଼ ବଡ଼ ହୋଟେଲ, ହସ୍ପିଟାଲ୍, ବ୍ୟବସାୟ ପ୍ରତିଷ୍ଠାନ ଆଦି ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଦୋ ନମ୍ବରୀ କାରସାଦି ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ବା ଡିଜିଙ୍କ ହାତରୁ କ୍ଷମତା କାଢ଼ି କ୍ଷେତ୍ରୀୟ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରିଥିଲେ ।
ଏଥିସ୍ପୁ ସ୍ପଷ୍ଟ ହୋଇଥିଲା ଯେ ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯଥେଷ୍ଟ ପ୍ରମାଣ ପାଇସାରିଛନ୍ତି । ତେବେ ଏହି ପଦକ୍ଷେପରେ ମୁଖ୍ୟମନ୍ତ୍ରୀ ଅଟକି ନ ଯାଇ ଆଜି ତାଙ୍କଠାରୁ ଏହି ପଦବୀ କାଢ଼ି ନେଇଛନ୍ତି । ଅଗ୍ନିଶମ ଡିଜି ପଦବୀ ସହ ଖୋଦ୍ ପୁଲିସ ବିଭାଗର ମୁଖ୍ୟ ପଦବୀରୁ ତାଙ୍କୁ ହଟାଇ ଗୃହ ବିଭାଗର ଓଏସଡି ଭଳି କ୍ଷମତାହୀନ ପଦରେ ବସାଇଛନ୍ତି ।
୫-ଟି ଏବଂ ‘ମୋ ସରକାର’ କାର୍ଯ୍ୟାନ୍ୱୟରେ ରାଜ୍ୟ ସରକାର କେବଳ ତଳିଆ କର୍ମଚାରୀଙ୍କୁ ବଳି ପକାଇ ବଡ଼ବଡ଼ିଆଙ୍କୁ ମାଫ୍ କରୁଥିବା ଅଭିଯୋଗ ହେଉଥିଲା । ମାତ୍ର ସେହି ଅଭିଯୋଗ ଯେ ସତ୍ୟ ନୁହେଁ ତାହାର ପ୍ରମାଣ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଖୋଦ୍ ପୁଲିସ ଡିଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଦୁର୍ନୀତି ବିରୋଧୀ ଛାଟରୁ କାହାରିକୁ ଛାଡ଼ ନାହିଁ ବୋଲି ଜଣାଇ ଦେଇଛନ୍ତି 
Spread the love