ଟାର୍ଗେଟ ଥିଲା 761 ରନ୍, ଶୂନ ରେ ଆଉଟ୍ ହୋଇଗଲେ ସବୁ ବ୍ୟାଟ୍ସମ୍ୟାନ୍

କ୍ରିକେଟରେ ସବୁବେଳେ ନୂଆନୂଆ ରେକର୍ଡ ସୃଷ୍ଟି ହେଉଛି । ମୁମ୍ବାଇର ସ୍କୁଲରେ ଖେଳାଯାଉଥିବା ସାଧାରଣ ମ୍ୟାଚରେ ଦେଖିବାକୁନ ମିଳିଛି ଅସାଧାରଣ ରେକର୍ଡ। ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଦୁଇଟି ସ୍କୁଲ ମଧ୍ୟରେ ହୋଇଥିବା ହ୍ୟାରିସ ସିଲ୍ଡ ସ୍କୁଲ ଟୁର୍ଣ୍ଣାମେଣ୍ଟର କ୍ରିକେଟ୍‌ ମ୍ୟାଚ କ୍ରିକେଟର ରେକର୍ଡ ବୁକରେ ସ୍ଥାନ ପାଇଛି । ଏହି ମ୍ୟାଚଟି ବୋରିବୋଲିର ସ୍ୱାମୀ ବିବେକାନନ୍ଦ ଇଣ୍ଟରନାସନାଲ ସ୍କୁଲ (ଏସଭିଆଇଏସ) ଓ ଅନ୍ଧେରୀର ଚିଲଡ୍ରେନ୍ସ ଏକାଡେମୀ ମଧ୍ୟରେ ଖେଳାଯାଉଥିଲା ।

ଏହି ମ୍ୟାଚରେ ଏସଭିଆଇଏସ ଚିଲଡ୍ରେନ୍ସ ଏକାଡେମୀକୁ ରେକର୍ଡ 754 ରନ ବ୍ୟବଧାନରେ ହରେଇ ଦେଇଛି । କ୍ରିକେଟର ଯେକୌଣସି ଫର୍ମାଟରେ ଏହା ହେଉଛି ସର୍ବାଧିକ ବିଜୟ ବ୍ୟବଧାନ । ଏସଭିଆଇଏସ ପ୍ରଥମେ ବ୍ୟାଟିଂ କରି 761 ରନ ସଂଗ୍ରହ କରିଥିଲା । ଏହି ସ୍କୁଲର ମୟେଙ୍କର ଅପରାଜିତ 338  ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ବ୍ୟାଟିଂ କରିବାକୁ ଓହ୍ଲେଇଥିବା ଚିଲଡ୍ରେନ୍ସ ଏକାଡେମୀ ଦଳ ମାତ୍ର 7 ରନ ସଂଗ୍ରହ କରିଥିଲା । ଆଶ୍ଚର୍ଯ୍ୟ କଥା ହେଉଛି ଯେ ଏହାର କୌଣସି ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ । ଦଳ କେବଳ ଓ୍ଵାଇଟ୍‌ ଓ ନୋ ବଲ ଆଦି ମାଧ୍ୟମରେ ଅତିରିକ୍ତ 7 ରନ ପାଇଥିଲା ।

Spread the love