ପୁଣି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଫିଙ୍ଗିଦେଲେ ଆଇକାର୍ଡ

ଭୁବନେଶ୍ୱର ,(ପ୍ରଶାନ୍ତ କୁମାର ଭୂୟାଁ  ) :.  ପୁଣି    ସାମ୍ବାଦିକଙ୍କୁ ଦୁର୍ବ୍ୟବହାରହୋଇଥିବା ଅଭିଯୋଗ ହୋଇଛି  । ଓଡିଶାରେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରିବା ନିତିଦିନିଆ ଘଟଣା ହୋଇଗଲାଣି । କେବେ ସଂସଦ ଖରାପ ବ୍ୟବହାର କରୁଛନ୍ତି ତ ପୁଣି କେହି ଅଫିସର  । ଏଭଳି ଆଚରଣ କରୁଥିବା ଲୋକଙ୍କ ପ୍ରତି ସରକାର କଡା କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଥିଲେ ମଧ୍ୟ କାହାକୁ କିଛି ଫରକ ପଡୁନି  । ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକ ଜଣକ ଦୁନିଆର ହାଲଚାଲ ଲୋକଙ୍କୁ ଜଣାଉଥିବା ବେଳେ ତାଙ୍କ ପ୍ରତି ଏମିତି ବ୍ୟବହାର କରିବା କେତେଦୁର ଉଚିତ ସରକାର ନିଜେ  ଜାଣିବା ଦରକାର । ଆଜିର ଘଟଣା ପାଣିକୋଇଲି ଟୋଲ ଗେଟ୍ ନିକଟରେ ହୋଇଛି  । କାର୍ଯ୍ୟରତ ସାମ୍ବାଦିକ ଦୁଇଜଣ  ଭଦ୍ରକ ଅଭିମୁଖେ ଯାଉଥିବାବେଳେ ଟୋଲ ଗେଟରେ ରୋଡ ଟ୍ୟାକ୍ସ ମଗାଯାଇଥିଲା  । ହେଲେ ସେମାନେ କାର୍ଯ୍ୟକେ ଯାଉଛନ୍ତି ବୋଲି କହି ଆଇକାର୍ଡ ଦେଖାଇଥିଲେ  । ହେଲେ ଟୋଲ ଗେଟର କର୍ତ୍ତୃପକ୍ଷ ସେମାନଙ୍କ କାର୍ଡ ଦେଖି ରାଗିଯାଇ କାର୍ଡ ଫୋପାଡି ଦେଇଥିଲେ  । କେବଳ ସେ ନୁହେଁ ଆହୁରି ୪-୫ ଜଣ କର୍ମଚାରୀ ଆସି ସର୍ବସମ୍ମୁଖରେ ଖରାପ ବ୍ୟବହାର କରିଥିଲେ  । କାର୍ଡ ଟାଣିନେଇ ଫୋପାଡି ଦେଇଥିଲେ  । ହେଲେ ତାଙ୍କ ସାମ୍ନାରେ ପୁଲିସ ବିନା ଟ୍ୟାକ୍ସ ଦେଇ ଗଲେ  । କେବଳ ପୁଲିସ ନୁହେଁ ଏକ ଗାଡିେରେ ଶଂଙ୍ଖ ଚିହ୍ନ ଥିବା ବାବୁ ଜଣେ ମଧ୍ୟ ଗଲେ  । ଟୋଲ ଗେଟର କର୍ତ୍ତୃପକ୍ଷ ସେମାନଙ୍କ ବିନା ଟ୍ୟାକ୍ସ ନେଇ ସମ୍ମାନର ସହିତ ଯିବାକୁ ଦେଇଥିଲେ  । ହେଲେ କାର୍ଯ୍ୟରତ ସାମ୍ବାଦିକଙ୍କ ଠାରୁ ପଇସା ନେବାପରେ ଯିବାକୁ ଦେଇଥିଲେ  ।   ଘଟଣା ସମ୍ପର୍କରେ ଟୋଲ ଗେଟ ହେଲ୍ପଲାଇନ ନମ୍ବର ସହ ଯୋଗାଯୋଗ କରାଯାଇଥିବାବେଳେ ଫୋନ ଲାଗିନଥିଲା  ।  


 ତେବେ ସରକାରଙ୍କ ନିୟମ ଓ  ସ୍ୱଚ୍ଛ ଶାସନ କଣ କେବଳ ରାଜନୀତିଆ ଓ ପୁଲିସ ପାଇଁ ଛାଡ ଓ ସାମ୍ବାଦିକଙ୍କ ପାଇଁ ଲାଗୁ  ।  କିଛିଦିନ ତଳେ କେନ୍ଦ୍ରାପଡ ସଂସଦ ଅନୁଭବ ମହାନ୍ତି ମଧ୍ୟ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରିଥିଲେ  । ଯାହାକୁ ନେଇ ଓଡିଶାର ସାମ୍ବାଦିକମାନେ ଅନ୍ଦୋଳନ କରିଥିଲେ  ।
କେବଳ ପାଣିକୋଇଲି ନୁହେଁ ବରଂ ପୁରୀ ଜିଲ୍ଲା ପିପିଲି ଟୋଲ ଗେଟ ନିକଟରେ ମଧ୍ୟ ସମାନ ଅବସ୍ଥା । ଯଦି ପୁଲିସ  ଓ ରାଜନେତାଙ୍କ ପାଇଁ ଟୋଲଗେଟରେ ଛାଡ ହେଉଛି ତାହେଲେ ସାମ୍ବାଦିକଙ୍କଠାରୁ କାହିଁକି ଟଙ୍କା ନିଆଯାଉଛି  । ଜଣେ ସାମ୍ବାଦିକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ଅନ୍ୟାୟକୁ ଲୋକଲୋଚନକୁ ଆଣୁଥିବା ବେଳେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଏବଂ ସମ୍ପୃକ୍ତ ଟୋଲଗେଟ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ  ନେବାପାଇଁ ଦାବି କରାଯାଇଛି । ନହେଲେ ପୁଣି ସାମ୍ବାଦିକମାନେ ଅନ୍ଦୋଳନକୁ ଓହ୍ଲାଇବେ  ବୋଲି କୁହାଯାଇଛି  । ଶୀଘ୍ର ତଦନ୍ତ କରି ପାଣିକୋଇଲି ଠାରେ ସାମ୍ବାଦିକଙ୍କୁ ଖରାପ ବ୍ୟବାହର କରିଥିବା ଟୋଲ ଗେଟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରାଯାଇଛି । 

Spread the love