ମହାରଥୀଙ୍କ ନାଁରେ ଜମି ହଡପ ଅଭିଯୋଗ ଆଣିଲା ରାଜ୍ୟ ବିଜେପି

ପୂର୍ଵତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ନାଁରେ ଜମି ହଡପ ଅଭିଯୋଗ । ଅଭିଯୋଗ ଆଣିଲା ରାଜ୍ୟ ବିଜେପି । ମହାରଥୀ ତାଙ୍କ ହୁକେଇପୁର ଫାର୍ମହାଉସ ନାଁରେ କରିଛନ୍ତି ଯାହା ଶହେ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଜମି । ହାଇକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ ୨୦୧୬ ପରଠାରୁ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି । ଅନେକ ସ୍ଥାନୀୟ ଲୋକ, କେନାଲ ଆଦିକୁ ଜୋର ଜବରଦସ୍ତ ମାଡିବସିଛନ୍ତି ମହାରଥୀ । ମହାରଥୀଙ୍କ ବିରୋଧରେ ସ୍ଥାନୀୟ ନେତା କେଦାର ସାମନ୍ତରାୟ ମଧ୍ୟ କୋର୍ଟରେ ଅଭିଯୋଗ କରିଥିଲେ । ହେଲେ ସେ ୩ ଶହ କୋଟି ଟଙ୍କାର ଗୋଚର ଜମି ମାଡି ବସିଥିବା କଥା ନେଇ ଉଭୟ ମହାରଥୀ ଓ କେଦାରଙ୍କ ଭିତରେ ଶାଣ୍ଠଗାଁଠ ହୋଇଯାଇଛି ।
ପ୍ରଦୀପ ମହାରଥୀଙ୍କ ବିରୋଧରେ ଜମି ଦୁର୍ନୀତି ମାମଲା ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ପ୍ରତିକ୍ରିୟା – ମୋ ପାଖକୁ High Court କି ଅନ୍ୟ କୌଣସି Official କ୍ଷେତ୍ରରୁ ସୂଚନା ଆସିନାହିଁ । ଆସିଲେ ମୁଁ ତାକୁ officially ଦେଖିବି I

Spread the love