ମହାରଥୀ ଏବଂ ଯୁଧିଷ୍ଟିର ହଡପ କରିଛନ୍ତି ୪୦୦ କୋଟିରୁ ଉର୍ଦ୍ଧ ଜମି: ବିଜେପି

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟିରୁ ଉର୍ଦ୍ଧ ମୂଲ୍ୟର ସରକାରୀ ଜମିକୁ ହଡପ କରିଥିବା ଅଭିଯୋଗ ହୋଇଛି । ସରକାରୀ ଜମିକୁ ହଡପ କରି ମହାରଥୀ ନିଜ ଫାର୍ମ ହାଉସରେ ମିଶାଇଛନ୍ତି । ତାଙ୍କର ହୁଙ୍କେଇପୁର ଫାର୍ମ ହାଉସ ନିକଟବର୍ତ୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟକୁ ତାଙ୍କ ଫାର୍ମ ହାଉସରେ ମିଶାଇ ଥିବା ଅଭିଯୋଗ ହୋଇଛି ।

ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମହାରଥୀଙ୍କ ବେଆଇନ ଜମି ଜବରଦଖଲ ବିରୋଧରେ ପୁର୍ବତନ ବିଧାୟକ ଯୁଧିଷ୍ଟିର ସାମନ୍ତରାୟ କେସ ନଂ ୭୬୭୧ / ୨୦୧୫ ଓଡିଶା ହାଇକୋର୍ଟରେ ଏ ସଂକ୍ରାନ୍ତରେ ମୋକଦ୍ଦମା କରିଥିଲେ । ମାନ୍ୟବର ହାଇକୋର୍ଟ ୨୩/୦୨/୨୦୧୬ରେ ନିର୍ଦ୍ଦେଶ ଦେଇଥିଲେ ଯେ, ଦରଖାସ୍ତକାରୀ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲ୍ଲାପାଲ ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ । ମାତ୍ର ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ କୈାଣସି ନିଷ୍ପତ୍ତି ନେଇ ନାହାନ୍ତି କାହିଁକି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟିକରିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯିଏ ଏହି ଦୁର୍ନୀତି ବିରୁଦ୍ଧରେ କୋର୍ଟକୁ ଯାଇଥିଲେ ସେ ହଠାତ ମହାରଥୀଙ୍କ ପାଖରେ ଶରଣ ପଶିଥିଲେ । କାରଣ ଖୋଦ ଯୁଧିଷ୍ଟର ସାମନ୍ତରାୟ ପିପିଲିରେ ୩୦୦ କୋଟିରୁ ଉର୍ଦ୍ଧ ଜମିକୁ ହଡପ କରିଛନ୍ତି ।

ଶ୍ରୀ ଯୁଧିଷ୍ଟିର ସାମନ୍ତରାୟ ଚଂଚକତା କରି ପିପିଲି ତହସିଲରେ ୫୬ ଏକର ରୁ ଉର୍ଦ୍ଧ ଗୋଚର ଜମିକୁ ତତ୍କାଳିନ ତହସିଲଦାର୍ ଓ ଜିଲ୍ଲାପାଳ ମାନଙ୍କ ସହାୟତାରେ ହଡପ୍ କରିନେଇଛନ୍ତି, ଯାହାର ଆନୁମାନିକ ମୁଲ୍ୟ ୩୦୦ କୋଟି ଟଙ୍କା ରୁ ଉର୍ଦ୍ଧ ହେବ । ଏହା ପରେ ଚକବନ୍ଦି ରେ ବି ଏହା ଗୋଚର ଜମି ବୋଲି ରେକର୍ଡ ହୋଇଥିଲା ।

Spread the love