ପାତାଳଗଙ୍ଗା ତୀର୍ଥରେ ଚାଲିଛି ପବିତ୍ର ବୈଶାଖୀ ମେଳା

ପଶ୍ଚିମ ଓଡିଶାର ବିଭିନ୍ନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରେ ନୂଆପଡା ଜିଲ୍ଲାର ପବିତ୍ର ପାତାଳଗଙ୍ଗା ତୀର୍ଥକ୍ଷେତ୍ର ହେଉଛି ଅନ୍ୟତମ । ପାତାଳଗଙ୍ଗାର ପ୍ରାକୃତିକ ମନୋରମ ଘଂଚ ଜଙ୍ଗଲ ଓ ସୁଉଚ୍ଚ ଗିରୀଶୃଙ୍ଗ ସାଙ୍ଗକୁ କୁଳୁକୁଳୁ ନାଦରେ ପ୍ରବାହିତ ହେଉଥିବା ଚିରସ୍ରୋତା ପବିତ୍ର ଜଳ ହଜାର ହଜାର ର୍ପ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାତାଳଗଂଗା ତୀର୍ଥ କ୍ଷେତ୍ରରେ ତନିଦିନଧରି ବୈଶାଖ ମେଳା ଆୟୋଜନ କର।ଯାଇଛି । ନୂଆପଡା ଜିଲା ସମେତ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକମାନେ ଆସି ପବିତ୍ର ପାତାଳଗଙ୍ଗା ଜଳରେ ବୁଡ ପକାଇ ମୋକ୍ଷ୍ରାପ୍ତି ହେବା ସହ ମେଳାର ବେଶ ଆନନ୍ଦ ନେଉଛନ୍ତି ।

ବୋଡେନ ବ୍ଲକ ଠାରୁ ମାତ୍ର ୬କି.ମି ଦୂରତାରେ ରହିଛି ପବିତ୍ର ପାତାଳଗଙ୍ଗା ତୀର୍ଥକ୍ଷେତ୍ର । ପାତାଳଗଙ୍ଗାର ଚତୁଃାଶ୍ୱର୍ରେ ପ୍ରାକୃତିକ ମନୋରମ ଘଂଚ ଜଙ୍ଗଲ ସହ ସୁଉଚ୍ଚ ଗିରୀଶୃଙ୍ଗ ରହିଛି । ଏଠାରେ ଚଳିତବର୍ଷ ମେ ୪,୫ ଓ ୬ ତିନିଦିନଧରି ବୈଶାଖ ମେଳା ଆୟୋଜନ ହେଉଛି । ପାତାଳଗଂଗା ତୀର୍ଥ କ୍ଷେତ୍ରର ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉଭୋଗ କରିବା ସହ ବୈଶାଖ ମେଳାର ମଜାନେବା ପାଇଁ ନୂଆପଡା ଜିଲା ସମେତ ପଡୋଶି ଜିଲ୍ଲା କଳାହାଣ୍ଡି,ବଲାଂଗିର,ବରଗଡ,ନବରଂଗୁର ଓ ଛତିଶଗଡ ଅଂଚଳର ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ପାତାଳଗଙ୍ଗା ତୀର୍ଥକ୍ଷେତ୍ରର ବିଶେଷତ୍ୱ ରହିଛି ଯେ ଏହି କୁଣ୍ଡ ଜଳରେ ବୁଡ ପକାଇଲେ ପାପ କ୍ଷୟ ହେବା ସହ ମୋକ୍ଷପ୍ରାପ୍ତି ହୋଇଥାଏ । ଏହାକୁ ନେଇ ଶ୍ରଦ୍ଧାଳୁମାନଙ୍କ ଅଗାଢ ବିଶ୍ୱାସ ରହିଛି । ସେହିଭଳି ୈାରାଣିକ ମତ ଅନୁସାରେ ତ୍ରୈତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର , ଦେବୀ ସୀତା ଓ ଭ୍ରାତା ଲକ୍ଷ୍ମଣ ପାତାଳଗଙ୍ଗାକୁ ଲାଗିରହିଥିବା ଗୁରୁଡୋଙ୍ଗର ପାହାଡକୁ ବନବାସ ସମୟରେ ଆସି କିଛିଦିନ ଆଶ୍ରୟ ନେଇଥିଲେ । ଏହି ବନବାସ ସମୟରେ ଦେବୀ ସୀତାଙ୍କୁ ପ୍ରବଳ ଶୋଷ ହୋଇଥିଲା । ତାଙ୍କ ତୃଷ୍ନା ମେଂଟାଇବା ପାଇଁ ପ୍ରଭୂ ରାମଚନ୍ଦ୍ରଙ୍କ ଆଦେଶକ୍ରମେ ଭ୍ରାତା ଲକ୍ଷ୍ମଣ ପାତାଳକୁ ଶରବିଦ୍ଧ କରି ଦେବୀ ମାଁ ଗଂଗାକୁ ପ୍ରକଟ କରିଥିଲେ । ପରେ ଦେବୀ ସୀତା ଗଂଗାଜଳରେ ନିଜର ତୃଷ୍ନା ମେଂଟାଇଥିଲେ । ପରେ ଏହି ତୀର୍ଥକ୍ଷେତ୍ରର ନାମ ପାତାଳଗଂଗାରେ ନାମିତ ହୋଇଛି । ସେହିଦିନଠାରୁ ପାତାଳରୁ ସ୍ୱତଃ ଭାବେ ଗଂଗାଜଳ ବାହାରି ଚୀରସ୍ରୋତା ଭାବେ ଜଳ ୍ବପ୍ର ବା ହିତ ହେଉଛି । ଏବେବି ଏଠାରେ ପ୍ରଭୁ ରାମଚନ୍ଦ୍ର , ଦେବୀ ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କ ପାଦ ଚିହ୍ନ ରହିଥିବା ଦେଖିବାକୁ ମିଳେ । ବିଶେଷକରି ପାତାଳଗଂଗାଠାରେ ବୈଶାଖମେଳା ସମୟରେ ଶ୍ରଦ୍ଧାଳୁଙ୍କ ବେଶଭିଡ ଜମିଥାଏ । ପାତାଳଗଙ୍ଗାର ପବିତ୍ର ଜଳରେ ବୁଡ ପକାଇଲେ ପା କ୍ଷୟ ହେବା ସହ ସେଠାରେଥିବା ବହୁ ଦେବାଦେବୀଙ୍କ ମନ୍ଦିରରେ ପୂଜା ଅର୍ଚନା କଲେ ସବୁ ପ୍ରକାରର ମନସ୍କାମନା ପୂର୍ଣ ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି ।

ପବିତ୍ର ପାତାଳଗଙ୍ଗା ତୀର୍ଥକ୍ଷେତ୍ରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ର୍ପ୍ୟଟକ ଆସିଥାନ୍ତି । ଏଠାକୁ ଆସୁଥିବା ର୍ପ୍ୟକଟମାନେ ପାତାଳଗଂଗାର ପବିତ୍ର ଜଳରେ ବୁଡ ପକେଇବା ସମେତ ସେଠାରେଥିବା ମହାମୃତ୍ୟୁଂଜୟ ଶିବ ମନ୍ଦିର,ରାଧାକୃଷ୍ନ ମନ୍ଦିର,ଜଗନ୍ନାଥ ମନ୍ଦିର,ଗାୟତ୍ରି ମନ୍ଦିର,ଦୁର୍ଗା ମନ୍ଦିର,ଅଲେଖ ବାବା ମଠ ଓ ମାଁ ଦ୍ୱାରଶନୀ ଦେବୀଙ୍କ ଦର୍ଶନ କରି ବେଶ ଆନନ୍ଦିତ ହୋଇଥାନ୍ତି । ବିଶେଷକରି ଶ୍ରାବଣମାସରେ ପାତାଳଗଙ୍ଗାର ମୁଖ୍ୟକୁଣ୍ଡ, ସୀତାକୁଣ୍ଡ ଓ ଲକ୍ଷ୍ମଣଦ୍ୱାରର ଚତୁଃାଶ୍ୱର୍ରେ ହଜାର ହଜାର ଭକ୍ତଙ୍କ୍ ଭିଡ ଜମିଥାଏ । ବୋଲବମ୍ ଭକ୍ତମାନେ ମୁଖ୍ୟକୁଣ୍ଡରୁ ପାଣି ନେଇ ବିରାଟ ବଟବୃକ୍ଷ ତଳେଥିବା ପ୍ରଭୁଶିବଙ୍କ ଲିଙ୍ଗରେ ଜଳାଭିଷେକ କରି ପୂଜାଅର୍ଚ୍ଚନା କରିଥାନ୍ତି । ସେହିଭଳି ପ୍ରତିଦିନ ପାତାଳଗଙ୍ଗା ପୀଠରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିସରରେ ଆୟୋଜିତ ହେଉଥିବା ସାଧୁସନ୍ଥମାନଙ୍କ ଭଜନ କୀର୍ତନ ଓ ଆଧ୍ୟାତ୍ମିକ ପ୍ରବଚନ କ୍ରା୍ୟକ୍ରମରେ ଶହ ଶହ ଭକ୍ତମାନେ ସାମିଲ ହୋଇ ଧାର୍ମିକ ଚେତନା ପାଇବାର ସୁୋଗ ପାଇଥାନ୍ତି ।

ଏପରିକି ଶିବ ମନ୍ଦିରରେ ବିବାହ ଓ ରୁଦ୍ରାଭିଷେକ କ୍ରା୍ୟକ୍ରମ ସଂପନ୍ନ ହୋଇଥାଏ । ବୈଶାଖ ମେଳାରେ ପାତାଳଗଙ୍ଗା ତୀର୍ଥକ୍ଷେତ୍ରକୁ ନୂଆପଡା ଜିଲ୍ଲା ସମେତ ପଶ୍ଚିମ ଓଡିଶାର କଲାହାଣ୍ଡି, ବଲାଙ୍ଗିର, ବରଗଡ ଓ ପଡୋଶୀ ଛତିଶଗଡ ଅଂଚଳରୁ ହଜାର ହଜାର ପନ୍ନ ହୋଇଥାଏ । ବୈଶାଖ ମେଳାରେ ପାତାଳଗଙ୍ଗା ତୀର୍ଥକ୍ଷେତ୍ରକୁ ନୂଆପଡା ଜିଲ୍ଲା ସମେତ ପଶ୍ଚିମ ଓଡିଶାର କଲାହାଣ୍ଡି, ବଲାଙ୍ଗିର, ବରଗଡ ଓ ପଡୋଶୀ ଛତିଶଗଡ ଅଂଚଳରୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଚଳିତବର୍ଷ ଏଠାରେ ତିନିଦିନଧରି ଚାଳିଥିବା ବୈଶାଖମେଳାରେ ହଜାର ହଜାର ଶ୍ରଦ୍ଧାଳୁମାନେ ପାତାଳଗଂଗାର ପବିତ୍ରଜଳରେ ବୁଡ ପକାଇ ମୋକ୍ଷପ୍ରାପ୍ତି କରୁଛନ୍ତି । ଏଥିସହ ପର୍ଯ୍ୟଟକମାନେ ମେଳାରେ ଲାଗିଥିବା ବିଭିନ୍ନ ଦୋକାନ ବଜାରରେ କିଣାବିକା କରିବା ସହିତ ସୁସ୍ୱାଦିଷ୍ଟ ଖାଦ୍ୟଖାଇ ମେଳାର ବେଶ ମଜାନେଉଛନ୍ତି ।

Spread the love