ଶାନ୍ତିଦୂତମାନେ ସମାଜର ଶବ୍ଦହୀନଙ୍କୁ ସ୍ୱର ଦିଅନ୍ତୁ : ରାଜ୍ୟପାଳ

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉତ୍କଳୀୟଙ୍କୁ ସାମାଜିକ ଦାୟିତ୍ୱବୋଧର ଶାନ୍ତିଦୂତ ରୂପେ ପ୍ରସ୍ତୁତି କରୁ ଏବଂ ଏହି ଶାନ୍ତିଦୂତମାନେ ସମାଜର ଶବ୍ଦହୀନଙ୍କୁ ସ୍ୱର ଦିଅନ୍ତୁ । ଅବିକଶତକୁ ବିକଶିତ କରନ୍ତୁ ଓ ଅସୁଦରତାକୁ ସୌନ୍ଦର୍ଯ୍ୟମଣ୍ଡିତ କରନ୍ତୁ- ଏହାହିଁ ଥିଲା ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିର ଉଦ୍ଯାପନ ଉତ୍ସବର ମୁଖ୍ୟ ଅତିଥି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶଣେଶ ଲାଲଜୀଙ୍କ ବାର୍ତ୍ତା ।
ବିଶ୍ୱବିଦ୍ୟାଳୟ ପରିସରରେ ୫ଦିନ ବ୍ୟାପୀ ପାଳିତ ହୋଇଥିବା ପ୍ଲାଟିନମ୍ ଜୁବୁଲିର ଉଦ୍ଯାପନ ଦିବସ ୨୭ନଭେମ୍ବର ଦିନ ଅପରାହ୍ଣ ୫ଘଟିକା ସମୟରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ଉଦ୍ଦେଶ୍ୟରେ ନିଜ ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶଲାଲଜୀ କହିଲେ ସ୍ୱତନ୍ତ୍ରତା, ସମାନତା ଓ ନ୍ୟାୟ ବ୍ୟକ୍ତିର ଆତ୍ମସମ୍ମାନଭାବରୁ ହିଁ ପ୍ରସୂତ ଏବଂ ଏହାକୁ ପ୍ରତିଷ୍ଠା କରିବା ଦିଗରେ ଉତ୍କଳୀୟମାନେ ସତତ ଚେଷ୍ଟିତ ହୁଅନ୍ତୁ । ସମ୍ମାନିତ ଅତିଥି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତିଦୀପକ ମିଶ୍ର ନିଜର ଅଭିଭାଷଣରେ ଦୃତକଣ୍ଠରେ କହିଲେ ଯେ କୌଣସି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ତା’ର ଛାତ୍ରଛାତ୍ରୀଙ୍କର ଆତ୍ମସମ୍ମାନ ଓ ଆତ୍ମ ଶୃଙ୍ଖଳାକୁ ପ୍ରସ୍ତୁଟିତ କରାଏ । ଯଦ୍ଦ୍ୱାରା ବିବେକ ଓ ଆତ୍ମଚେତନାର ସମ୍ମିଶ୍ରଣରେ ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ଗଢ଼ିଉଠେ । କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ନିଜର ଭାଷଣରେ କହିଲେ ଯେ ଉତ୍କଳ କନେକ୍ଟ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ତରଙ୍ଗ ସୃଷ୍ଟି କରିପାରିଛଇ ।
ଏହି ଅବସରରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । କୁଳସଚିବ ଦୟାନଧି ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ରାଜ୍ୟପାଳ ବିଶ୍ୱବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଅବଶେଷରେ ଜାତୀୟ ସଙ୍ଗୀତଗାନ ସହିତ ପ୍ଲାଟିନମ୍ ଜୁବୁଲି ମହୋତ୍ସବ ଉଦ୍ଯାପିତ ହୋଇଥିଲା ।

Spread the love