ବଡପାଟିରେ କହିଲେ ସତ କଥା ମିଛ ହୋଇଯିବନି: ବିଜେପି

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ସରକାରୀ ଜମିକୁ ହଡପ କରିଛନ୍ତି । ମହାରଥୀ ବେଆଇନ ଭାବେ ସରକାରୀ ଜମିକୁ ହଡପ କରି ନିଜ ଫାର୍ମ ହାଉସରେ ମିଶାଇଛନ୍ତି । ଓଡିଶା ସରକାରଙ୍କର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥାଇ ସେ ସର୍ବସାଧାରଣ ସମ୍ପତି, ଜଳସେଚିତ କେନାଲ ଜମି, ଗୋଚର, ଚକନାଳୀ, ଚକ ରାସ୍ତା, ରିଜର୍ଭ୍ ଜଙ୍ଗଲ, ଅନାବାଦି, ଚକ ରାସ୍ତା ଆଦିକୁ ନିଜ ହୁଙ୍କେଇପୁର ଫାର୍ମ୍ ହାଉସ୍ ରେ ମିଶାଇ ଜବର୍ ଦଖଲ କରି ସର୍ବସାଧାରଣ ଚାଷୀମାନଙ୍କର ଚାଷକାମରେ ଅସୁବିଧା ସୃଷ୍ଟି କରୁଛନ୍ତି । ସେହିପରି ଶ୍ରୀ ଯୁଧିଷ୍ଟିର ସାମନ୍ତରାୟଙ୍କର (କେଦାର ବାବୁ)
ତାଙ୍କର ଜଣେ ଘନିଷ୍ଠ ସହେଯାଗୀ ଓ ବିଶ୍ୱସ୍ତ କର୍ମୀଙ୍କ ବାପା ୰ରାଜ କିଶୋର ମହାପାତ୍ର ଓ ତାଙ୍କ ଭାଇଙ୍କ ଶ୍ୱଶୁରଙ୍କ ନାମରେ ଚଂଚକତା କରି ପିପିଲି ତହସିଲରେ ୩୦ଦ କୋଟିରୁ ଉଦ୍ଧ୍ୱର୍ ତଥା ୫୬ ଏକରରୁ ଉଦ୍ଧ୍ୱର୍ ଗୋଚର ଜମିକୁ ତତ୍କାଳିନ ତହସିଲଦାର୍ ଓ ଜିଲ୍ଲାପାଳ ମାନଙ୍କ ସହାୟତାରେ ହଡପ୍ କରିନେଇଛନ୍ତି । ଏହି ଦୁଇ ଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ସରକାରୀ ଖାତାକୁ ହଡପ ହୋଇଥିବା ଜମି ଫେରାଇ ଆଣିବା ଆଦି ଦାବି ନେଇ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଏବଂ ପିପିଲି ନିର୍ବାଚନମଣ୍ଡଳୀର ଶତାଧିକ ଲୋକ ଲୋକାୟୁକ୍ତଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ପିପିଲି ବିଧାୟକ ପ୍ରଦୀପ ମହାରଥୀ ତାଙ୍କର ହୁଙ୍କେଇପୁର ଫାର୍ମ୍ ହାଉସ୍ ନିକଟବର୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ
ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍କୁ ତାଙ୍କ ଫାର୍ମ ହାଉସରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି । ଶହ ଶହ ଏକର ସରକାରୀ ଓ ସର୍ବସାଧାରଣକୁ ଜମି ହଡପ କରିବା ବିରୁଦ୍ଧରେ ରାଜ୍ୟ ସରକାର ନୀରବ କାହିଁକି ନୀରହ ଅଛନ୍ତି । ଅନ୍ୟପଟେ ବଡପାଟି କରି କହିଲେ ସତ୍ୟ ଘଟଣା ମିଛ ହୋଇଯିବନି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
କୋଟି କୋଟି ଟଙ୍କାର ସର୍ବସାଧାରଣ ଗୋଚର ଜମିକୁ ଯେଉଁମାନେ ହଡପ୍ କରିନେଇଛନ୍ତି ସେମାନଙ୍କ ବିରୋଧରେ
ସରକାର ତୁରନ୍ତ ପଦକ୍ଷେପ ନେବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ରାଜ୍ୟସରକାର ୫-ଟି କଥା କହୁଥିବାବେଳେ ସେହି ୫-ଟି ଲଗାଇ ହଡପ ହୋଇଥିବା ଗୋଚର ଜମିକୁ ସରକାରୀ ଖାତାକୁ ଫେରାଯାଉ ବୋଲି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକ ଦାବି କରିଛନ୍ତି ।
ଶିଉଳା ମୌଜା-ପିପିଲି ତହସିଲ୍ ଅଫିସ ର ଖାତା ନଂ-୩୦୭ ରେ ପ୍ଲଟ୍ ନଂ -୬୬୨/,୭୭୧/,୮୨୧/,୯୯୩,/୯୯୬
ରେ ୧୦ ଏକର ରୁ ଉର୍ଦ୍ଧ ଜମି ୧୯୨୭ ମସିହାରେ ରେକର୍ଡ ଅଫ ରାଇଟସ ଅନୁସାରେ ଗୋଚର ଥିଲା । ୧୯୬୬ ମସିହାରେ
ସେଟେଲ୍ମେଂଟ• ରେକର୍ଡ ଅନୁସାରେ ଏସବୁ ଜମି ର ହାଲ ଖାତା -୫୯୮ ହୋଇ ଗୋଚର ଜମି ବୋଲି ରେକର୍ଡ ଥିଲା । ଏହା
ପରେ ଚକବନ୍ଦି ରେ ବି ଏହା ଗୋଚର ଜମି ବୋଲି ରେକର୍ଡ ହୋଇଥିଲା । ମାତ୍ର ୧୯୭୪ ମସିହାରେ ଶ୍ରୀ ଯୁଧିଷ୍ଟିର ସାମନ୍ତରାୟଙ୍କର ଜଣେ ଘନିଷ୍ଠ ସହେଯାଗୀ ରାଜକିଶୋର ମହାପାତ୍ର ନାମକ ଜୈନିକ ବ୍ୟକ୍ତି ନାମରେ ଉକ୍ତ ୧୦ ଏକରରୁ ଉଦ୍ଧ୍ୱର୍ ଜମି ଗୋଟିଏ ମିସ୍ କେସ୍ ମାଧ୍ୟମରେ ତତ୍କାଳୀନ ତହସିଲଦାର ଚଂଚକତା ପୂର୍ବକ ସେହି ଜମିକୁ ଓଡିଶା ଇଷ୍ଟେଟ ଆବୋଲିସନ ଆକ୍ଟ ଅନୁସାରେ ସେଟେଲ୍ କରିଛନ୍ତି ବୋଲି ଏକ ନକଲି କାଗଜ ତହସିଲ ଅଫିସରେ କିଛି କର୍ମଚାରିଙ୍କୁ ଧରି ପ୍ରସ୍ତୁତ କରିଥିଲେ । ତତ୍କାଳୀନ ଜିଲ୍ଲାପାଳ ତା.୩.୦୭.୨୦୧୦ ରେ ଏହାକୁ ଧରିପାରିଥିଲେ । ଚଂଚକତାପୁର୍ଣ୍ଣ ଓ ବେଆଇନ ହୋଇଛି ବୋଲି ରାଜସ୍ୱ ପରିଷଦଙ୍କ ଅଦାଲତରେ ଓଡିଶା ଇଷ୍ଟେଟ ଆବୋଲିସନ ଆକ୍ଟ ରିଭିଜନ କେସ୍ ନଂ -୭/୨୦୧୦ ରେ ଏକ ମୋକଦ୍ଦମା ଦାଖଲ କରିଥିଲେ , ଯାହା ବର୍ତମାନ
ସୁଦ୍ଧା ବିଚାର ନ ହୋଇ ପଡିରହିବାର କାରଣ କଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ସେହିପରି ମୌଜା ଏକଚାଳିଆ ତହସିଲ୍ ପିପିଲି ଖାତା ନଂ-୩୧୮ରେ (ସାବକ)ଏ ୨୧. ୮୯ ଡିସିମିଲି୍ ଗୋଚର ଜମିକୁ
ରାଜକିଶୋର ମହାପାତ୍ରଙ୍କ ନାମରେ ଚଂଚକତା ପୂର୍ବକ ରେକଡର୍୍ କରିନିଆଯାଇଛି । ଯାହାର ଆନୁମାନିକ ମୁଲ୍ୟ ୮୮ କୋଟି ରୁ ଅଧିକ ହେବ । ମୌଜା ନିଜିଗଡ କୁରୁଖି – ପିପିଲି ତହସିଲ୍ ରେ ଖାତା ନଂ-୧୬୬ ,ପ୍ଲଟ୍ ନଂ-୫ (ସାବକ) ୧୭୧ ଏକର ଗୋଚର ଜମି
ମଧ୍ୟରୁ ୨୫ ଏକର ଜମି ଉଦ୍ୟନାଥ ଜେନାଙ୍କ ନାମରେ ଚଂଚକତା କରି ହଡପ୍ କରିନେଇଛନ୍ତି । ଉଦ୍ୟନାଥ ଜେନା ଶ୍ରୀ ଯୁଧିଷ୍ଟିର
ସାମନ୍ତରାୟଙ୍କର ନିଜ ଭାଇ ନରେନ୍ଦ୍ର ସାମନ୍ତରାୟଙ୍କ ଶ୍ୱଶୁର ଅଟନ୍ତି । ଏହି ୨୫ ଏକର ଜମି ଓଡିଶା ଇଂଜିନିୟରିଙ୍ଗ କଲେଜ ସାମ୍ନାରେ ଅବସ୍ଥିତ ଏବଂ ଯାହାର ଆନୁମାନିକ ମୁଲ୍ୟ ୧୨୫ କୋଟି ରୁ ଉଦ୍ଧ୍ୱର୍ ହେବ । ଗୋଚର କିସମର ଜମି କୌଣସି ମତେ କେଉଁ ଆଇନ୍ ବଳରେ କୌଣସି ବ୍ୟକ୍ତି ନାମରେ ରେକର୍ଡ କରାଯାଇପାରିବ ନାହିଁ । ଏ ସଂକ୍ରାନ୍ତରେ ଉଚ୍ଚନ୍ୟାୟାଳୟ ଅନେକ ରାୟ ପ୍ରଦାନ କରିଛନ୍ତି ।
ଚଂଚକତା କରି ହଡପ୍ କରାଯାଇଥିବା ଜମିକୁ ଆଇନ୍ ଅନୁସାରେ ଯେକୌଣସି ସମୟରେ ଜିଲ୍ଲାପାଳ ରିଭ୍ୟୁ କରିପାରିବା ର ବ୍ୟବସ୍ଥା ଅଛି ଏବଂ ସେ ଜମିକୁ ସରକାରୀ ଖାତା କୁ ଫେରାଇ ଆଣିବାର ଆଇନ୍ଗତ ବ୍ୟବସ୍ଥା ଅଛି । ଏହାସତ୍ୱେ ସରକାର ଚୁପ୍ କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ବ୍ରହ୍ମଗିରୀ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସମେତ ପିପିଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରମୁଖ ସାମିଲ ଥିଲେ ।

Spread the love