ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ ପଡ଼ିବେ 4 ମନ୍ତ୍ରୀ !

ବିଧାନସଭାର ଶୀତକାଳୀନ ଅଧିବେସନ ସରିଲା। ଖୁବଶୀଘ୍ର  ମନ୍ତ୍ରୀମଣ୍ଡଳର ଅଦଳବଦଳ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ ଆରମ୍ଭ ହୋଇଛି ମନ୍ତ୍ରଣା । ମନ୍ତ୍ରୀଙ୍କ ମାସିକିଆ ରିର୍ପୋଟ ହିଁ ହେବ ଏହାର ଆଧାର । ତାହାସହ ଯେଉଁମନ୍ତ୍ରୀମାନେ ବିବାଦରେ ଛନ୍ଦି ହୋଇଛନ୍ତି ସେମାନଙ୍କୁ ନୀବନ ମନ୍ତ୍ରୀମଣ୍ଡଳୀରୁ ବାଦ ଦେଇ କିଛି ବରିଷ୍ଠ ପୂର୍ବତନ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ଯୋଜନା ଚାଲିଛି। ବିଶେଷସୂତ୍ରରୁ ମିଳିଥିବା ଖବର ଅନୁସାରେ, ନବୀନ ତାଙ୍କ ମନ୍ତ୍ରୀ ମଣ୍ଡଳରୁ 4 ଜଣ ମନ୍ତ୍ରୀଙ୍କୁ ବିଦା କରିବା ପାଇଁ ନିଷ୍ପତି ନେଇଛନ୍ତି ।  ମନ୍ତ୍ରୀ ଅଦଳବଦଳରେ ପରେ ଯେଉଁନେତାମାନଙ୍କ ନାଁ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି ସେମାନେ ହେଉଛନ୍ତି ପ୍ରତାପ ଦେବ , ସୌମ୍ୟରଞ୍ଜନ ପଟ୍ଟନାୟକ, ଅତନୁ ସବ୍ୟସାଚୀ ନାୟକ, ରାତା ସାହୁ ।

ଏହାଛଡ଼ା ସେହ୍ନାଙ୍ଗୀନି ଛୁରିଆ, ବଦ୍ରୀ ନାରାୟଣ ପାତ୍ରଙ୍କ ନାଁ ବି ମନ୍ତ୍ରୀ ମଣ୍ଡଳ ତାଲିକାରେ ରହିଛି । ନୂଆ ବର୍ଷ ପୂର୍ବରୁ ନବୀନ ନିଜ ମନ୍ତ୍ରୀମଣ୍ଡଳର ଅଦଳବଦଳ କରିବେ ବୋଲି ପାୱାର କରିଡ଼ରେ ଜୋରଦାର ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିବାଦରେ ଛନ୍ଦି ହୋଇପଡ଼ିଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ପ୍ରସଙ୍ଗ । ଯାହାକୁ ନେଇ ବିରୋଧୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି ।

Spread the love