ପାକିସ୍ତାନରେ ୧କିମି ବାଟ ଯାତ୍ରା ପାଇଁ କେତେ ଭଡ଼ା ଲାଗିଥାଏ ଜାଣନ୍ତୁ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନ ଯେଉଁ ଅବସ୍ଥା ଦେଇ ଗତି କରୁଛି ତାହା ବୋଧହୁଏ ଇତିହାସରେ ପ୍ରଥମ । ଦରଦାମ ବୃଦ୍ଧି ଯୋଗୁଁ ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି । ଏହାରି ଭିତରେ ସାମ୍ନାକୁ କିଛି ଏମିତି ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାକିସ୍ତାନ ଏଇ କିଛିଦିନ ହେବ ଉଭୟ ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ପାକିସ୍ତାନରେ ଅଟା ଓ ଚାଉଳ ମୂଲ୍ୟ ଆକାଶ ଛୁଆଁ ହୋଇଛି। ସେହିପରି ପାକିସ୍ତାନରେ ବସ ଭଡ଼ା ଭାରତୀୟ ବସ ଭଡ଼ା ଠାରୁ ଅଧିକ ରହିଥିବା କୁହାଯାଉଛି। ପାକିସ୍ତାନବାସୀଙ୍କୁ ଯଦି ଲାହୋରରୁ ଇସଲାମାବାଦ ଯିବାକୁ ପଡ଼େ ତେବେ ୩୭୮କିମି ପାଇଁ ୧୮୦୦ ଟଙ୍କା ଭଡ଼ା ଦେବାକୁ ହୁଏ ।

ସେହିପରି ଏହି ସ୍ଥାନକୁ ଟ୍ରେନରେ ଯାତ୍ରା କଲେ ୪୦୦ରୁ ୫୦୦ଟଙ୍କା ଭଡ଼ା ଲାଗିଥାଏ। ୧କିମି ପଥ ପାଇଁ ଭାରତରେ ଭଡ଼ା ୨୨.୮ ପଇସା ଥିବା ବେଳେ ଏହା ପାକିସ୍ତାନରେ ୪୮ପଇସା ରହିଛି। ଯାହାକି ଭାରତ ତୁଳନାରେ ୧୧୦ ପ୍ରତିଶତ ଅଧିକ ରହିଥିବା କୁହାଯାଉଛି। ଆର୍ଥିକ ସଙ୍କଟ ହେତୁ ପାକିସ୍ତାନ ବିଶ୍ବରୁ କୋଟିକୋଟି ଟଙ୍କା କରଜ ନେଇ ସାରିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

Spread the love