ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କୁ ଆଶ୍ବସ୍ତି, ସବୁ ଅଭିଯୋଗ ପ୍ରତ୍ୟାହାର କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ : ମହାରାଷ୍ଟ୍ରର ସିନ୍ଦେ ସରକାର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବା ସହ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି। ଖାଲି ସେତିକି ନୁହେଁ, ରାଜ୍ୟ ସରକାର ନିଲମ୍ବନ ପ୍ରତ୍ୟାହାର କରି କହିଛନ୍ତି ଯେ ନିଲମ୍ବନ ସମୟରେ ସେ ଡ୍ୟୁଟିରେ ଥିଲେ ବୋଲି ଧରାଯିବ ।

ରାଜ୍ୟରେ ମହାବିକାଶ ଆଘାଡି ସରକାର ଥିବା ବେଳେ ପରମବୀର ସିଂହଙ୍କ ବିରୋଧରେ ଦୁର୍ନୀତିର ଗମ୍ଭୀର ଅଭିଯୋଗ ଆସିଥିଲା। ସେତେବେଳେ ଅନୀଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିଲେ। ପୂର୍ବତନ ପୋଲିସ କମିଶନର ସେତେବେଳେ ଅନୀଲ ଦେଶମୁଖଙ୍କ ବିରୋଧରେ ବହିଷ୍କୃତ ପୋଲିସ ଅଧିକାରୀ ସଚିନ ଭାଜେଙ୍କୁ ୧୦୦ କୋଟି ଟଙ୍କା ଆଦାୟ କରିବାକୁ ଟାର୍ଗେଟ ଦେଇଥିବା ଅଭିଯୋଗ କରିଥିଲେ । ପରମବୀର ସିଂହଙ୍କ ଅଭିଯୋଗ ପରେ ଅନୀଲ ଦେଶମୁଖଙ୍କୁ ଗୃହମନ୍ତ୍ରୀ ପଦ ଛାଡ଼ି ଜେଲ୍ ଯିବାକୁ ପଡ଼ିଥିଲା ।
ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ମୋଟ ୮ଟି ଦାଦାବଟି ମାମଲା ରୁଜୁ ହୋଇଥିଲା । ସେତେବେଳେ ପରମବୀର ସିଂହଙ୍କ ବିରୋଧରେ ଏସସି/ଏସଟି ଆକ୍ଟ ରେ ମାମଲା ରୁଜୁ ହୋଇଥିଲା । ମହାରାଷ୍ଟ୍ର ସରକାର ଦୁର୍ନୀତିର ଏହି ଅଭିଯୋଗ ପ୍ରତ୍ୟାହାର କରି ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କାର୍ଯ୍ୟ କରିଛନ୍ତି।

ଯେତେବେଳେ ପରମବୀର ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା ସେତେବେଳେ ସେ ନିଜର ବୟାନ ମଧ୍ୟ ରେକର୍ଡ କରିଥିଲେ । ଯେହେତୁ ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଏବେ ଅବସର ନେଇସାରିଛନ୍ତି, ତେଣୁ ତାଙ୍କୁ ଆଉ ପୁଲିସ ସେବାରେ ଯୋଗ ଦେବାର ସୁଯୋଗ ଦିଆଯାଇପାରିବ ନାହିଁ।

Spread the love