ମୋ ବସ ପ୍ରତି ବଢୁଛି ଚାହିଦା, ଆଉ ୯ ସହରରେ ଗଡ଼ିବାକୁ ସରକାରଙ୍କ ଯୋଜନା

ମୋ ବସ୍ ଗଞ୍ଜାମ, ସମ୍ବଲପୁର ଏବଂ  ଝାରସୁଗୁଡ଼ା ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ନଅରୁ ଅଧିକ ସହରରେ ଚାଲିବ। ଉନ୍ନତ ସହରରେ ବସ୍ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋ ବସ୍ ସେବା ସମ୍ବଲପୁର, ଝାରସୁଗୁଡ଼ା  ଏବଂ ଗଞ୍ଜାମ ଜିଲ୍ଲା ସହ ୯ଟି ସହରକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଛନ୍ତି। ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର-ବେଲପାହର କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଲିକଟ-ଦିଗପହଣ୍ଡି କ୍ଲଷ୍ଟର। ମୋ ବସର ଏହି ସମ୍ପ୍ରସାରଣ ତିନିଟି ଜିଲ୍ଲାର ପ୍ରାୟ ୧୧,୬୧,୦୦୦ ସହରାଞ୍ଚଳ ଜନସାଧାରଣଙ୍କ ପରିବହନରେ ସାହାଯ୍ୟ କରିବ।

“ମୋ ବସ୍” ସେବା ୬  ନଭେମ୍ବର ୨୦୧୮ରେ ଏସପିଭି କ୍ୟାପିଟାଲ୍ ରିଜିଅନ୍ ସହରୀ ପରିବହନ (CRUT) ଅଧୀନରେ ରାଜଧାନୀ ଅଞ୍ଚଳରେ ଆରମ୍ଭ ହୋଇଥିଲା। ୩୯୦ଟି ବସ୍ ସହିତ ଦିନକୁ ୨.୩ ଲକ୍ଷ ଚାଳନା ସହ ଖୋର୍ଦ୍ଧା, କଟକ ଏବଂ ପୁରୀ ଜିଲ୍ଲାରେ ଗଡ଼ିଛି। ଗତ ସାଢେ ଚାରି ବର୍ଷ ମଧ୍ୟରେ ଓଡିଶାର ମୋ ବସ୍ ସେବା ନାଗରିକଙ୍କ ନିତିଦିନିଆ ଯାତାୟାତକୁ ବହୁ ମାତ୍ରାରେ ଉନ୍ନତ କରିଛି ଏବଂ ଅନେକଙ୍କ ପାଇଁ ମୋ ବସ୍ ପରିବହନର ସବୁଠାରୁ  ପସନ୍ଦଯୋଗ୍ୟ ସେବା ଭାବେ ପରିଣତ ହୋଇଛି।

କ୍ୟାପିଟାଲ୍ ରିଜିଅନ୍ ସହରୀ ପରିବହନ (CRUT) ଭୁବନେଶ୍ୱର ସହରାଞ୍ଚଳ ପରିବହନ କ୍ଷେତ୍ର, କଟକ ସହରାଞ୍ଚଳ ପରିବହନ କ୍ଷେତ୍ର, ପୁରୀ ସହରୀ ପରିବହନ କ୍ଷେତ୍ରରେ ସହର ବସ୍ ସେବା ଯୋଗାଇବା ପାଇଁ କ୍ଷେତ୍ର ଭିତ୍ତିକ ଅନୁମତି ପାଇଛି । ଓଡ଼ିଶାର ରାଜଧାନୀ ଅଞ୍ଚଳର ଲୋକଙ୍କ ପାଇଁ ମୋ ବସ  ସେବା ଏକ ପ୍ରମୁଖ ସେବା ଭାବେ ପରିଣତ ହୋଇଥିବାରୁ ଜନସାଧାରଣଙ୍କ ଅଧିକ ପସନ୍ଦଯୋଗ୍ୟ ହୋଇପାରିଛି। ଏହାକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ବିଶ୍ୱକପ ହକି ସମୟରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲା-ବିରମିତ୍ରାପୁର-ରାଜଗଙ୍ଗପୁର ମାଷ୍ଟର ପ୍ଲାନ ଅଞ୍ଚଳରେ ଜାନୁଆରୀ ୨୦୨୩ରେ ୧୦୦ ବସ୍ ଏବଂ ୨୭,୦୦୦ ରାଇଡ୍ ସହିତ ବୃଦ୍ଧି କରାଯାଇଥିଲା।

ଜନସାଧାରଣ ପରିବହନ ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ  ନାଗରିକମାନଙ୍କର ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ।  ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ଗଞ୍ଜାମକୁ ମୋ ବସ୍ ସେବାର ସମ୍ପ୍ରସାରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସରକାର ଅନୁଭବ କରୁଛନ୍ତି ଯେ ଏହି ସମ୍ପ୍ରସାରଣ କେବଳ ଜନସାଧାରଣଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବ ତା ନୁହେଁ ବରଂ ଏହି ଅଞ୍ଚଳର ସାମଗ୍ରିକ ବିକାଶ ତଥା ପ୍ରଗତିରେ ମଧ୍ୟ ସହାୟକ ହେବ।

Spread the love