ବରୀ ତନ୍ତିଘାଇରେ ଡ଼ଙ୍ଗା ବୁଡି ୨ ନାବାଳିକା ନିଖୋଜ

ଡଙ୍ଗା ବୁଡି ୨ଜଣ ନିଖୋଜ। ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତ ସଙ୍ଗୁଆ ଗଦେଇପୁର ନିକଟ ତନ୍ତୀ ଘାଇ ନାଳରେ। ସୂଚନା ମୁତାବକ, ଆଜି ଡଙ୍ଗାରେ ନାଉରିଆ ସମେତ ୬ଜଣ ନଦୀ ପାରି ହେବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ବୁଡିଥିଲା। ଏହି ସମୟରେ ନାଉରିଆ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଡଙ୍ଗାରେ ଥିବା ୨ଜଣ ନାବାଳିକା ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ।

ଖବର ପାଇ ବରୀ ଓ ଯାଜପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ଏପଟେ ପୋଲିସ ଏବଂ ତହସିଲ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏକ ବନ୍ଧୁ ଘରକୁ ବିବାହ ଭୋଜିରେ ଯୋଗଦେବା ପାଇଁ ନାଳରେ ଡଙ୍ଗାରେ ପାରି ହୋଇ ଯାଉଥିବା ଜଣାପଡିଛି। ନିଖୋଜ ଦୁଇ ନାବାଳିକା ସ୍ଥାନୀୟ ଅଞ୍ଚଳର ଇନ୍ଦ୍ରମଣି ପାତ୍ରଙ୍କ ଦୁଇ ଝିଅ ବୋଲି ଜଣାପଡିଛି।

Spread the love