ମୋଦି ସରକାରର ୯ବର୍ଷ ପୂର୍ତି ଅବସରରେ ଯୁବମୋର୍ଚ୍ଚାର ମହାଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ସଫଳତାକୁ ଘରେ ଘରେ ପହଁଚାଇବା, ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପରିସରକୁ ଆଣିବା, ସାଧାରଣ ଲୋକଙ୍କୁ ଏହାର ଭାଗିଦାରୀ କରିବା, ଲାଭାର୍ଥୀଙ୍କ ସହ ଆଲୋଚନା କରିବାକୁ ନେଇ ବିଜେପି ଯୁବମୋର୍ଚ୍ଚା ଆଗାମୀ ଦିନରେ ମହାଜନସମ୍ପର୍କ ଅଭିଯାନର ଆୟୋଜନ କରିବ। କେନ୍ଦ୍ରରେ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜେସ୍ୱୀ ସୂର୍ଯ୍ୟା ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା ଆଗାମୀ ଦିନରେ ସବୁ ବିଧାନସଭା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା । ଏହା ସହିତ ଜିଲ୍ଲାସ୍ତରରୁ ନେଇ ବୁଥ୍ ସ୍ତର ପର୍ଯ୍ୟନ୍ତ ଦୀର୍ଘ ୬ଦିନ ବ୍ୟାପୀ ବାଇକ୍ ର‌୍ୟାଲି କରାଯାଇ ଯୁବ ଭାଇ ଓ ଭଉଣୀମାନେ ରାତ୍ରୀଯାପନ କରି ଲୋକଙ୍କ ସହ ସଂପର୍କ ସ୍ଥାପନ କରି ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ଆଲୋଚନା କରିବେ । ସେହିପରି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବାକୁ ଥିବା ନୂତନ ଭୋଟରଙ୍କ ସହ ସଂପର୍କ ସ୍ଥାପନା କରାଯିବ। ନୂଆ ମତଦାତାଙ୍କୁ ଆଗାମୀ ଦିନରେ ଭାରତ ସରକାରଙ୍କର ବିଭିନ୍ନ ଗବେଷଣା ଓ ପଲିସି ନିର୍ଦ୍ଧାରଣ କାର୍ଯ୍ୟରେ ତାଙ୍କୁ ଭାଗିଦାର କରିବାର ଯୋଜନା ରହିଛି। ଅନଲାଇନ୍ କୁଇଜ୍ ପ୍ରତିଯୋଗିତାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଜୁନ୍ ମାସ ୩୦ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟକ୍ରମକୁ ଭାରତୀୟ ଜନତା ଯୁବମୋର୍ଚ୍ଚା ସୂଚାରୁ ରୂପେ ଅନୁଷ୍ଠିତ କରିବ । ୨୦୨୪ରେ ପୁନର୍ବାର ନରେନ୍ଦ୍ର ମୋଦି ସରକାର ଗଠନ କରିବାରେ ଯୁବକମାନଙ୍କର ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ସର୍ବପ୍ରଥମେ ଗତ ୨ ତାରିଖ ଦିନ ଘଟିଯାଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ହାୱାଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ଦୁଃଖଦାୟକ ଦୁର୍ଘଟଣାରେ ବହୁ ଯାତ୍ରୀ ମୃତାହତ ହୋଇଛନ୍ତି । ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ଅନେକ ଯାତ୍ରୀ ମଧ୍ୟ ସୋର, ବାଲେଶ୍ୱର, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାଟି ଓଡିଶା ନୁହେଁ ଓଡିଶା ବାହାରେ ଥିବା ଯାତ୍ରୀ ମାନଙ୍କର ପରିବାର ଓ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦୁଃଖଦପୂର୍ଣ୍ଣ ଘଟଣା ଅଟେ। ସାରା ଭାରତବର୍ଷ ଏବଂ ଭାରତ ବାହାରେ ମଧ୍ୟ ଅନେକ ରାଷ୍ଟ୍ରରୁ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ସ୍ଥାନୀୟ ସମସ୍ତ ଯୁବ ବନ୍ଧୁ ନିଜ ଆଡୁ ସ୍ୱତଃପ୍ରଭୁତ ଭାବେ ଦୁର୍ଘଟଣାଗସ୍ତ ଯାତ୍ରୀ ଏବଂ ତାଙ୍କ ସଂପର୍କୀୟମାନଙ୍କୁ ସାହାଯ୍ୟ ଓ ସୁବିଧା କରିବା ସହିତ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସହଯୋଗର ହାତ ବଢାଉଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅନ୍ୟ ନେତୃତ୍ୱବୃନ୍ଦ ଓ ସାଧାରଣ ଲୋକେ ମିଳିମିଶି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ସହିତ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଆହତଙ୍କ ସେବା କାର୍ଯ୍ୟ ଜାରୀ ରଖିଥିବାରୁ ସେମାନଙ୍କୁ ଆଚାର୍ଯ୍ୟ କୃତଜ୍ଞତା ଓ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନୀତି ଅନୁସନ୍ଧାନ ଓ ପ୍ରଶିକ୍ଷଣ ରାଜ୍ୟ ସଂଯୋଜକ ରାଣା ପୃଥ୍ୱୀରାଜ ସିଂ, ସୋସିଆଲ୍ ମିଡିଆ ରାଜ୍ୟ ସଂଯୋଜକ ସ୍ମରଜିତ୍ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଳିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love