ରଜ ପରେ ଓଡିଶାରେ ମୌସୁମୀ ବର୍ଷା

କେରଳ ଛୁଇଁଲା ମୌସୁମୀ । ସପ୍ତାହେ ବିଳମ୍ବରେ ସ୍ଥଳଭାଗ ଛୁଇଁଛି ମୌସୁମୀ । ଲାକ୍ଷାଦ୍ୱୀପ ଓ କେରଳର ସବୁଭାଗରେ ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି । ଆଇଏମଡି ଡିଜି କହିଛନ୍ତି ସପ୍ତାହେ ବିଳମ୍ବରେ ମୌସୁମୀ ଆସିଥିବାରୁ ଓଡ଼ିଶାରେ ବି ବିଳମ୍ବରେ ମୌସୁମୀ ଆସିବ । ରଜ ପରେ ଓଡିଶାରେ ମୌସୁମୀ ବର୍ଷା ହୋଇପାରେ ।

ପ୍ରାୟ ସପ୍ତାହ ବିଳମ୍ବରେ କେରଳରେ ପ୍ରବେଶ କରିଛି ମୌସୁମୀ ବାୟୁ । ଏନେଇ ସୂଚନା ଦେଇ, ଆଇଏମଡି ଡିଜି କହିଛନ୍ତି, ଲାକ୍ଷାଦ୍ୱୀପ ଓ କେରଳର ସବୁଭାଗରେ ମୌସୁମୀ ପହଞ୍ଚିଛି । ଆସନ୍ତା ୨ଦିନ ମଧ୍ୟରେ ମୌସୁମୀ ବାୟୁ ଅଗ୍ରସର ହୋଇ ସମଗ୍ର କେରଳ ଓ ତାମିଲନାଡୁ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବିସ୍ତାରିତ ହେବ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଉତ୍ତର ପୂର୍ବ ଭାରତରେ ମଧ୍ୟ ପ୍ରବେଶ କରିବ । ପରେ କେନ୍ଦ୍ରୀୟ ଭାରତ ଆଡକୁ ଅଗ୍ରସର ହେବ । ତେବେ ମୌସୁମୀ ବାୟୁ ପ୍ରବେଶ କରିବା ପରେ, କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।

  • ଓଡିଶାକୁ ବିଳମ୍ବରେ ଆସିବ ମୌସୁମୀ!
  • ସ୍ୱାଭାବିକ ହୋଇପାରେ ବର୍ଷା

ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲେ ବି, ଓଡିଶାକୁ ଛୁଇଁବାରେ ବିଳମ୍ବ ହେବ । ପାଣିପାଗ ବିଭାଗର ସୂଚନା ଅନୁସାରେ, ସାଧାରଣତଃ ଜୁନ୍ ପହିଲା ବେଳକୁ କେରଳ ଓ ଜୁନ୍ ୧୨ତାରିଖ ବେଳକୁ ଓଡିଶାକୁ ମୌସୁମୀ ବାୟୁ ପ୍ରବେଶ କରିଥାଏ । କିନ୍ତୁ ଏଥର ମୌସୁମୀ କେବେ ଓଡିଶା ଛୁଇଁବ, ଆକଳନ ହୋଇନଥିଲେ ବି ପ୍ରାୟ ଏକ ସପ୍ତାହ ବିଳମ୍ବ ହୋଇ ରଜ ପରେ ଓଡିଶା ଛୁଇଁବାର ସମ୍ଭାବନା ରହିଛି । ଗତବର୍ଷ ମେ’୨୯ରେ ମୌସୁମୀ କେରଳ ଛୁଇଁଥିଲା । ସେହିଭଳି ୨୦୨୧ରେ ଜୁନ୍ ୩ରେ ଓ ୨୦୨୦ରେ ଜୁନ୍ ମାସ ୧ରେ ମୌସୁମୀ କେରଳ ଛୁଇଁଥିଲା ।

Spread the love