ରାଜ୍ୟପାଳ କହିଲେ କୋଷାଳି ଭାଷା

ଭୁବନେଶ୍ୱର: ରାଜଭବନ ରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ କୋଷାଳି ଭାଷା ରେ ଅନୁବାଦ କରାଯାଇଥିବା ଶ୍ରୀମଦ ଭାଗବତ କୁ ଉନ୍ମୋଚନ କରି କୋଷାଳି ଭାଷା ବହୁତ ସୁନ୍ଦର ଭାବରେ ପଢି କହି ପାରୁଥିଲେ । ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଓ ସମାଜ ସେବୀ ରୁଷି ପଟ୍ଟନାୟକ ଙ୍କ ନେତୃତ୍ୱରେ ସୋନପୁର ଜିଲ୍ଲା ସ୍ଥିତ ଡୁଙ୍ଗୁରୁ ପାଲ୍ଲୀ ଗ୍ରାମର ଶ୍ରୀ ପ୍ରକାଶ ପ୍ରଧାନଙ୍କ ଦ୍ଵାରା ଅନୁବାଦ କରାଯାଇଥିବା ଶ୍ରୀମଦଭାଗବଦ ଗୀତା ବହିଟିକୁ ମହାମହିମ ରାଜ୍ୟପାଳ ଉନ୍ମୋଚନ କରିଥିଲେ । ଉନ୍ମୋଚନ କରି ନିଜେ ମାନ୍ୟବର ରାଜ୍ୟପାଳ କୋଷାଳି ଭାଷା ପଡିବା ସହିତ କହିଥିଲେ ମଧ୍ୟ ,ରାଜ୍ୟପାଳଙ୍କ ସହିତ ଦୂରଦର୍ଶୀ ର ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ ଓ ଜେଶୋଭା ର ଅଧ୍ୟକ୍ଷ ଶ୍ରୀ ନୃସିଂହ ଚରଣ ନନ୍ଦ ଯୋଗ ଦେଇ ମହାମହିମ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ରୁଷି ପଟ୍ଟନାୟକ ଙ୍କ ଅନେକ ପୁରସ୍କାର ଓ ଅଭିନୟ ବିଷୟରେ ଜାଣିବା ପରେ ଗୋଟିଏ ଚଳଚ୍ଚିତ୍ର ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କଥା ଛଳରେ ଶ୍ରୀ ପ୍ରକାଶ ପ୍ରଧାନ ଙ୍କ ସହିତ କଥା ହେଉ ହେଉ ଜାଣିବା ପାଇଁ ପାଇଲେ ଯେ ବର୍ତ୍ତମାନ ସୁଦ୍ଧା ଲେଖକ ଶ୍ରୀ ପ୍ରଧାନ ପ୍ରାୟ ତିନି ଶହରୁ ଅଧିକ ଥର ଗୀତା ପ୍ରବଚନ ଦେଇ ସରିଲେଣି ।ଏହି କାର୍ଯ୍ୟକ୍ରମ ଟିକୁ ରାଜ୍ୟପାଳଙ୍କ ମୁଖ୍ୟ ସୂଚନା ଅଧିକାରୀ ତଥା ଲେଖକ ଶ୍ରୀ ରକ୍ଷକ ନାୟକ ସଂଯୋଜନା କରିଥିଲେ ।

Spread the love