ଇଣ୍ଡିଗୋ କବ୍‌ଜାରେ ବିମାନ ଶିଳ୍ପ

ନୂଆଦିଲ୍ଲୀ: ଗତ ମାସରେ ଘରୋଇ ଏୟାରଲାଇନ୍ସ ଗୋ ଫାଷ୍ଟ୍‌ ବନ୍ଦ ହେବା ପରେ ତାହାର ସର୍ବାଧିକ ଲାଭ ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ଇଣ୍ଡିଗୋକୁ ମିଳିଛି। ମେ’ରେ ବିମାନ ଯାତ୍ରା ଶିଳ୍ପର ସିଂହଭାଗ (୬୧.୪%) ଇଣ୍ଡିଗୋ କବ୍‌ଜାରେ ଥିଲା ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କ ତଥ୍ୟରୁ ଜଣାପଡ଼ିଛି। ଏପ୍ରିଲ୍‌ରେ ଇଣ୍ଡିଗୋର ବଜାର ଭାଗ ୫୭.୫% ଥିଲା। ମେ’ରେ ଏୟାର ଇଣ୍ଡିଆର ବଜାର ଭାଗ ୯.୪ ପ୍ରତିଶତ, ଏୟାରଏସିଆ ଇଣ୍ଡିଆର ୭.୯ ପ୍ରତିଶତ, ଭିସ୍ତାରାର ୯ ପ୍ରତିଶତ, ଆକାଶ ଏୟାରର ୪.୮ ପ୍ରତିଶତ, ଆଲାଏନ୍ସ ଏୟାରର ୧.୪% ଓ ସ୍ପାଇସ୍‌ଜେଟ୍‌ର ବଜାର ଭାଗ ୫.୪ ପ୍ରତିଶତ ରହିଛି।

Spread the love