ନାଗରିକତା ବିଲ ଆଗତ ଉପରେ ଗୃହରେ ଭୋଟିଂ, ସପକ୍ଷରେ 293 ଭୋଟ୍

ଲୋକସଭାରେ ନାଗରିକତା ସଂଶୋଧନ ବିଧେୟକ ଆଗତ ହୋଇଛି । ବିଧେୟକ ଆଗତ ହେବା ପରେ ବିରୋଧୀଙ୍କ ଦାବି ଅନୁସାରେ ଭୋଟ ହୋଇଥିଲା ଏବଂ ଗୃହ 82 ମତଦାନ ତୁଳନାରେ 293 ଭୋଟରେ ଏହି ବିଧେୟକୁ ଆଗତ କରିବା ପାଇଁ ସିକୃତୀ ପ୍ରଦାନ କରିଥିଲା । ଶିବସେନା ବିଲକୁ ଆଗତ କରିବା ସମର୍ଥନରେ ଭୋଟ ଦେଇଥିଲା । ସେହିପରି ବିଜେଡି ମଧ୍ୟ ବିଲକୁ ଆଗତ କରିବା ସପକ୍ଷରେ ଭୋଟ ଦେଇଥିଲା । ଏବେ ଶାସକ ଏବଂ ବିରୋଧୀ ଦଳ ବିଲ ଉପରେ ଚର୍ଚ୍ଚା କରିବେ । ଚର୍ଚ୍ଚା ପରେ ବିଲକୁ ପାସ କରିବା ପାଇଁ ଭୋଟ କରାଯିବ । ଯଦି ବିଲ ଲୋକସଭାରେ ପାରିତ ହୁଏ ତେବେ ଏହାକୁ ରାଜ୍ୟସଭାରେ ଆଗତ କରାଯିବ । ଶାହା କହିଛନ୍ତି ଏହି ବିଧେୟକ କୌଣସି ରୁପରେ ଦେଶର ଅଳ୍ପସଂଖ୍ୟକଙ୍କ ବିରୋଧରେ ନାହିଁ ଏବଂ ଏଥିରେ ସମ୍ୱିଧାନର କୌଣସି ଧାରାକୁ ଉଲ୍ଲଂଘନ କରୁନି ।

ଶାହା ଲୋକସଭାରେ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପାର୍ଟି ଦେଶର ସ୍ୱାଧିନତା ସମୟରେ ଧର୍ମ ଆଧାରରେ ଦେଶ ବିଭାଜନ କରି ନଥାନ୍ତା ତେବେ ଏହି ବିଧେୟକର ଆବଶ୍ୟକତା ନଥିଲା । ଶାହା ଯେତେବେଳେ ବିଧେୟକ ଆଗତ କରିବା ପାଇଁ ଅନୁମତି ମାଗିବା ସମୟରେ କଂଗ୍ରେସର ପ୍ରତିପକ୍ଷ ନେତା ଅଧୀର ରଞ୍ଜନ ଚୌଧୁରୀ ବିଧେୟକକୁ ବିରୋଧ କରି କହିଥିଲେ ଯେ ଏହା ଅଳ୍ପସଂଖ୍ୟକଙ୍କ ନଜରରେ ରଖି ଏହି ବିଧେୟକ ଅଣାଯାଇଛି । ଏହା ଉପରେ ଅମିତ ଶାହା ଜବାବ ଦେଇଥିଲେ ଯେ ଏହି ବିଲ ଦେଶର ଅଳ୍ପସଂଖ୍ୟକଙ୍କ .0001 ପ୍ରତିଶତର ମଧ୍ୟ ବିରୋଧ ନୁହେଁ ।

ଶାହା ଚୌଧୁରୀଙ୍କ ଟିପ୍ପଣୀ ଉପରେ କହିଛନ୍ତି ଯେ ବିଧେୟକର ଗୁଣ-ଦୋଷ ଉପରେ ଆଗତ ହେବା ପୂର୍ବରୁ ଚର୍ଚ୍ଚା ହୋଇ ନପାରେ । ଗୃହର ନିୟମାବଳୀ ଅନୁସାରେ କୌଣସି ବିଧେୟକର ବିରୋଧ ଏହି ଆଧାରରେ ହୋଇପାରିବ ଯେ ଗୃହରେ ବିଲ ଉପରେ ଚର୍ଚ୍ଚା ପାଇଁ କ୍ଷମତା ରହିଛି କି ନାହିଁ । ଶାହା କହିଛନ୍ତି ଯେ ବିଧେୟକ ଉପରେ ଚର୍ଚ୍ଚା ପରେ ସଦସ୍ୟଙ୍କ ପ୍ରତିଟି ଚିନ୍ତାର ଜବାବ ଦେବି । ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା କହିଛନ୍ତି ଯେ ବିଧେୟକ ଉପରେ ଚର୍ଚ୍ଚା ସମୟରେ ସଦସ୍ୟଙ୍କୁ ସେମାନଙ୍କ ଯୁକ୍ତି ରଖିବାକୁ ସୁଯୋଗ ଦିଆଯିବ ।

Spread the love