ସଲ୍‌ମାନଙ୍କ ପରେ ଜଣାଶୁଣା କ୍ୟାଟ୍ରିନାଙ୍କ ଅଙ୍ଗରକ୍ଷୀ: ଏହି ସବୁ ସେଲିବ୍ରିଟିଙ୍କ ସହ ଆଗରୁ ରହିଛନ୍ତି ଦୀପକ ସିଂହ

ମୁମ୍ବାଇ: ସେଲିବ୍ରିଟିମାନଙ୍କ ପାଇଁ ବଡିଗାର୍ଡ ବା ଅଙ୍ଗରକ୍ଷୀର ଆବଶ୍ୟକତା ରହିଥାଏ। ମୁଖ୍ୟତଃ ଭିଡ଼ ସ୍ଥାନରେ ନିଜକୁ ସୁରକ୍ଷା ଦେବା ପାଇଁ ସେଲିବ୍ରିଟିମାନେ ନିଜ ପାଇଁ ଅଙ୍ଗରକ୍ଷୀ ରଖିଛନ୍ତି। ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ବଡିଗାର୍ଡ ସେରା ଖୁବ୍‌ ଜଣାଶୁଣା। ତାପରେ ଯଦି ଇଣ୍ଡଷ୍ଟ୍ରିରେ କିଏ ପରିଚିତ ବଡିଗାର୍ଡ ଥାଆନ୍ତି ତ ସେ ହେଉଛନ୍ତି କ୍ୟାଟ୍ରିନା କୈଫ୍‌ଙ୍କ ବଡିଗାର୍ଡ ଦୀପକ ସିଂହ। ଦୀପକ ପୂର୍ବରୁ ସଲ୍‌ମାନ ଖାନ୍‌, ମାଧୁରୀ ଦୀକ୍ଷିତ, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ପୋରିସ୍‌ ହିଲ୍‌ଟନ୍‌, ଦୀପିକା ପାଦୁକୋନ୍‌ ଆଦିଙ୍କ ବଡିଗାର୍ଡ ରହି ସାରିଛନ୍ତି।

ଏବେ କ୍ୟାଟ୍‌ଙ୍କ ବଡିଗାର୍ଡ ବା ଅଙ୍ଗରକ୍ଷୀ ଥିବା ଦୀପକ ସିଂହ ତାଙ୍କ ସହ ସୁଟିଂ ସେଟ୍‌ରୁ ନେଇ, ବିମାନ ବନ୍ଦର, ଫିଲ୍ମ ସ୍କ୍ରିନିଂ ଆଦି ସମସ୍ତ ସ୍ଥାନରେ କ୍ୟାଟ୍‌ଙ୍କ ସାଙ୍ଗରେ ଥାଆନ୍ତି। ୬ ଫୁଟ୍‌ରୁ ଅଧିକ ଉଚ୍ଚତାସଂପନ୍ନ ଏହି ଅଙ୍ଗରକ୍ଷୀଙ୍କ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ।

ଆପଣ ଜାଣନ୍ତି ଯେ କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଅଙ୍ଗରକ୍ଷୀ ହେଉଛନ୍ତି ରବି ସିଂହ। ସଲ୍‌ମାନ ଖାନ୍‌ଙ୍କ ଅଙ୍ଗରକ୍ଷୀ ସେରାଙ୍କୁ ଆପଣ ନିଶ୍ଚୟ ଜାଣନ୍ତି। ତାଙ୍କୁ ଭାଇଜାନ୍‌ଙ୍କ ଫିଲ୍ମ ‘ବଡିଗାର୍ଡ’ରେ ବି ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ହେଉଛନ୍ତି ଜଲାଲ୍‌। ସେ ଅନେକ ବର୍ଷ ହେବ ‘ପଦ୍ମାବତ୍’ ନାୟିକାଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ କ୍ରିକେଟର୍‌ ସ୍ବାମୀ ବିରାଟ କୋହଲିଙ୍କ ଅଙ୍ଗରକ୍ଷୀ ହେଉଛନ୍ତି ସୋନୁ ଓରଫ୍ ପ୍ରକାଶ ସିଂହ। ଅଭିନେତା ଅକ୍ଷୟ କୁମାରଙ୍କ ଅଙ୍ଗରକ୍ଷୀ ଶେୟାସେ ଥାଲେ।।

Spread the love