ଏନ୍‌.ଏଚ୍‌‌ରେ ଦୁର୍ଘଟଣା କମାଇବା ପାଇଁ ହଟିବ ରାସ୍ତାକଡ଼ ଜବରଦଖଲ

ଭୁବନେଶ୍ବର : ଜାତୀୟ ରାଜପଥ କଡ଼ରୁ ସବୁ ଜବରଦଖଲ ଭଙ୍ଗାଯିବ। କେହି ବେଆଇନ ପାର୍କିଂ କରିବେ ନାହିଁ। ଜାତୀୟ ରାଜପଥରେ ମାତ୍ରାଧିକ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଥିବାରୁ ପରିବହନ ବିଭାଗ ଏଭଳି କଠୋର ନିଷ୍ପତ୍ତି ନେଇଛି। ଖାଲି ଏତିକି ନୁହେଁ, ଲେନ୍‌ ଡ୍ରାଇଭ୍‌ଠାରୁ ଆରମ୍ଭ କରି ରେଡ୍‌ ଡିଜାଇନ୍‌ର ତ୍ରୁଟି ସୁଧାର, ପାଟ୍ରୋଲିଂ, ସଡ଼କ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଜାତୀୟ ରାଜପଥରେ ଦୁର୍ଘଟଣା କମାଇବା ପାଇଁ ଏକ ସ୍ବତନ୍ତ୍ର ବୈଠକରେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ନିର୍ଦ୍ଦେଶ ଦେବା ସହ ସମସ୍ତ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି।

ବିଶେଷକରି ଖୋର୍ଦ୍ଧାରୁସେହିପରି ଜାତୀୟ ରାଜପଥରେ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବା ପାଇଁ ପାଟ୍ରୋଲିଂ ଟିମ୍‌କୁ ତାଲିମ୍ ଦେବାକୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଦାୟିତ୍ବ ଦିଆଯାଇଛି। ପୁଲିସ, ଏନ୍‌ଏଚ୍‌ଏଆଇର ପାଟ୍ରୋଲିଂ ଟିମ୍‌କୁ ଏକାଠି କରି ମିଳିତ ପାଟ୍ରୋଲିଂ କରିବାକୁ କୁହାଯାଇଛି। ଯେଉଁ ଅଞ୍ଚଳରେ ଦୁର୍ଘଟଣା ହେଉଛି, ତା’ର କାରଣ ଓ ଲନିରାକରଣ ରିପୋର୍ଟ ଏନ୍‌ଏଚ୍‌ଏଆଇକୁ ଦିଆଯିବ। ସେହି ଅନୁଯାୟୀ ରାସ୍ତାର ଡିଜାଇନ୍ ବଦଳିବ। ଚଣ୍ଡିଖୋଲ ଛକ ରାସ୍ତାର ନବୀକରଣ ଏବଂ ଚିହ୍ନଟ ହୋଇଥିବା ୫ଟି ବ୍ଲାକସ୍ପଟ୍‌ର ତ୍ରୁଟି ସୁଧାର ଆସନ୍ତା ୩୧ ଜୁଲାଇ ସୁଦ୍ଧା ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ବାଲି ବୋଝେଇ ଗାଡ଼ିଗୁଡ଼ିକ ଯେପରି ଓଭରଲୋଡ୍ କରିବେନି, ରାସ୍ତାରେ ବାଲି ପଡ଼ିବନି; ସେନେଇ ଆର୍‌ଟିଓମାନେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବେ। ଖୋର୍ଦ୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାରେ କୌଣସି ସ୍ଥାନରେ ବେଆଇନ ଭାବେ ଗାଡ଼ି ପାର୍କିଂ ହେବନି। ସମସ୍ତ ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରିବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଛି। ଚଣ୍ଡିଖୋଲ ପର୍ଯ୍ୟନ୍ତ ଥିବା ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁହାର ଉଦ୍‌ବେଗଜନକ ଥିବାରୁ ପ୍ରଥମ ପଦକ୍ଷେପ ସ୍ବରୂପ ଜାତୀୟ ରାଜପଥ-୧୬ରେ ଭୁବନେଶ୍ବର-କଟକ ମଧ୍ୟରେ ଲେନ୍‌ ଡ୍ରାଇଭିଂ ଆରମ୍ଭ କରିବାକୁ କୁହାଯାଇଛି। ଜୁଲାଇ ୧୫ ପୂର୍ବରୁ ଏହି ରାସ୍ତାରେ ଯେପରି ଲେନ୍ ଡ୍ରାଇଭିଂ ବାଧ୍ୟତାମୂଳକ ହେବ, ସେନେଇ କମିସନେରଟ୍ ପୁଲିସକୁ ଦାୟିତ୍ବ ଦିଆଯାଇଛି। ଲେନ୍ ଡ୍ରାଇଭିଂ ପାଇଁ ଆବଶ୍ୟକ ଭିତ୍ତିଭୂମି ଯଥା ବିଭିନ୍ନ ସ୍ଥାନରେ ସ୍ପିଡ୍‌-ଲିମିଟ୍‌ ଏବଂ ଅନ୍ୟାନ୍ୟ ସଚେତନତାମୂଳକ ସାଇନ୍‌ବୋର୍ଡ ଲଗାଇବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଜାତୀୟ ରାଜପଥରେ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବା ପାଇଁ ପାଟ୍ରୋଲିଂ ଟିମ୍‌କୁ ତାଲିମ୍ ଦେବାକୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଦାୟିତ୍ବ ଦିଆଯାଇଛି। ପୁଲିସ, ଏନ୍‌ଏଚ୍‌ଏଆଇର ପାଟ୍ରୋଲିଂ ଟିମ୍‌କୁ ଏକାଠି କରି ମିଳିତ ପାଟ୍ରୋଲିଂ କରିବାକୁ କୁହାଯାଇଛି। ଯେଉଁ ଅଞ୍ଚଳରେ ଦୁର୍ଘଟଣା ହେଉଛି, ତା’ର କାରଣ ଓ ନିରାକରଣ ରିପୋର୍ଟ ଏନ୍‌ଏଚ୍‌ଏଆଇକୁ ଦିଆଯିବ। ସେହି ଅନୁଯାୟୀ ରାସ୍ତାର ଡିଜାଇନ୍ ବଦଳିବ। ଚଣ୍ଡିଖୋଲ ଛକ ରାସ୍ତାର ନବୀକରଣ ଏବଂ ଚିହ୍ନଟ ହୋଇଥିବା ୫ଟି ବ୍ଲାକସ୍ପଟ୍‌ର ତ୍ରୁଟି ସୁଧାର ଆସନ୍ତା ୩୧ ଜୁଲାଇ ସୁଦ୍ଧା ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ବାଲି ବୋଝେଇ ଗାଡ଼ିଗୁଡ଼ିକ ଯେପରି ଓଭରଲୋଡ୍ କରିବେନି, ରାସ୍ତାରେ ବାଲି ପଡ଼ିବନି; ସେନେଇ ଆର୍‌ଟିଓମାନେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବେ। ଖୋର୍ଦ୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାରେ କୌଣସି ସ୍ଥାନରେ ବେଆଇନ ଭାବେ ଗାଡ଼ି ପାର୍କିଂ ହେବନି। ସମସ୍ତ ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରିବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଛି।
ଏଥିରେ ପାହାଳରେ ଥିବା ମିଠା ଦୋକାନ, ମଙ୍ଗୁଳି, ଡ୍ରିମ୍‌ସ ଛକ ନିକଟରେ ଥିବା ଦୋକାନ ଏବଂ ଅନ୍ୟାନ୍ୟ ନିର୍ମାଣକୁ ତୁରନ୍ତ ଉଚ୍ଛେଦ ‌କରାଯିବ। ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଉଚ୍ଛେଦ କରାଯିବ। ଜୁଲାଇ ୩୧ ପୂର୍ବରୁ ଖୋର୍ଦ୍ଧାରୁ ଚଣ୍ଡିଖୋଲ ରାସ୍ତାରେ କ୍ରାସ୍‌-ବ୍ୟାରିଅର ଲଗାଇବାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ତେବେ ଏସବୁ ଦିଗ ଉପରେ କ’ଣ କ’ଣ ପଦକ୍ଷେପ ନିଆଯାଇଛି, କେଉଁଠି ସମସ୍ୟା ରହିଛି, ଯଦି ପଦକ୍ଷେପ ନେବାରେ ବିଳମ୍ବ ହୋଇଛି, କାହିଁକି ବିଳମ୍ବ ହେଲା ଆଦିର ଏକ ସମୀକ୍ଷା ବୈଠକ ଆସନ୍ତା ଜୁଲାଇ ଶେଷ ସପ୍ତାହରେ ଅନୁଷ୍ଠିତ ହେବ।

Spread the love