ରାଜଧାନୀରେ ମୋ ବସ ଡ୍ରାଇଭରଙ୍କ ଗୁଣ୍ଡାଗିରି

ଅତି ଦୁଃଖ ର ସହ କହିବାକୁ ପଡୁଛି ଯେ, ରାଜଧାନୀ ଭୁବନେଶ୍ୱରରେ ମୋ ବସ ଡ୍ରାଇଭର ମାନଙ୍କ ବ୍ୟବହାର ଦିନକୁ ଦିନ ଗୁଣ୍ଡା ଓ ବଦମାସ ଙ୍କ ଭଳି ହେଲାଣି। ଅନଭିଜ୍ଞ ଓ ନିଶାଡୀ ଡ୍ରାଇଭର ମାନଙ୍କୁ ମୋ ବସ ଚଲେଇବା ର ଦାୟିତ୍ୱ ଦିଆଯାଉ ଥିବାରୁ ଲୋକଙ୍କ ପ୍ରଣାହାଣୀ ଘଟୁଛି। ଏମିତି ଏକ ଘଟଣା ମୋ ସହ ହୋଇଛି। ଆଜି ମଧ୍ୟାନ (12.55) ରେ ମୋ ବସ ( ଖୋର୍ଦ୍ଧା- ଭୁବନେଶ୍ୱର ରେଳ ଷ୍ଟେସନ, ରୁଟ no -20) ଟି crown hotel ନିକଟରେ ଛିଡା ହୋଇଥିଲା।ମୁଁ ବସ ର ପାଖାପାଖି ୧୦ ମିଟର ଦୂରରେ bike ରେ ଆସୁଥିଲି। ହଠାତ driver ଗାଡି ଡାହାଣକୁ ବୁଲାଇ ଦେବାରୁ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଗଲି। ମୁଁ ବସ ର ପିଛା କରି ଆଚାର୍ଯ୍ୟ ବିହାର bus stop ରେ driverଙ୍କୁ ଏମିତି ଗାଡି ନ ଚଳେଇ ବାକୁ କହିବାରୁ ସେ ବିରକ୍ତ ହୋଇ ମାରିବାକୁ ଉଦ୍ୟମ କରିଥିଲେ। ଖାଲି ସେତିକି ନୁହଁ, ବସର ଫଟୋ ଉଠାଇବାରୁ ମୋ bike କୁ ପିଛା କରି ଧକ୍କା ଦେବାକୁ ଉଦ୍ୟମ କରିବା ସହ ରାସ୍ତା ମଝିରେ ଗାଡି ଅଟକାଇ ଗାଳିକରିବା ସହ ବସ ଆଗକୁ ଆସିବାକୁ ଧମକ ଦେଲେ। ଏଥିରେ ମୁଁ ଡରି ଯାଇ ରାସ୍ତା କଡ଼କୁ ଚାଲି ଯିବାରୁ ବଞ୍ଚି ଗଲି। ଏଣୁ crut ର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅନୁରୋଧ ସମ୍ପୃକ୍ତ driver ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

Spread the love