ସମସ୍ୟାର ସମାଧାନ କରିବେ କହି ନାଗା ବାବା ଲୁଟିନେଲେ ସୁନାଗହଣା, ନନ୍ଦନକାନନ ଥାନାରେ ଅଭିଯୋଗ

ନାଗା ବାବା ଲୁଟିନେଲେ ସୁନାଗହଣା । ଭିକ୍ଷା ମାଗିବା ନାରେ ଘରକୁ ଆସି ସୁବିଧା ସୁଯୋଗ ଦେଖି ସୁନା ଗହଣା ଲୁଟିନେଇ ଛୁ ହୋଇଗଲେ ଉତର ପ୍ରଦେଶରୁ ଆସିଥିବା ନାଗାସାଧୁ । ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗାଁରେ ଘଟିଛି ଏଭଳି ଏକ ଘଟଣା । ନନ୍ଦନକାନନ ଥାନାରେ ଏନେଇ ହୋଇଛି ଅଭିଯୋଗ ।ଗତକାଲି ରାକେଶ ପଢ଼ିଆରୀଙ୍କ ଘରେ ସକାଳୁ ପହଞ୍ଚିଥିଲେ ୩ ନାଗା ବାବା। ସବୁ ସମସ୍ୟାର ସମାଧାନ କରିବେ କହିଲେ । କିଛି ପୂଜାର୍ଚ୍ଚନା ସହ ସମସ୍ୟା ସମାଧାନର ବାଟ ବତାଇ ଭିକ୍ଷା ନେଇ ଫେରିଯାଇଥିଲେ ବାବା । ହେଲେ କିଛି ସମୟ ପରେ ଜଣାପଡ଼ିଥିଲା ଯେ ଘରେ ଥିବା କେତେକ ସୁନା ଅଳଙ୍କାର ଚୋରି ହୋଇଯାଇଛି । ରାକେଶ ପଢ଼ିଆରୀଙ୍କ ଘରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଛି ବୋଲି ଜଣାପଡିଛି । ନାଗା ବାବାଙ୍କ ଘର ଉତ୍ତରପ୍ରଦେଶ ବୋଲି ଜାଣିବାକୁ ପାଇଛି ପୋଲିସ।

Spread the love