ଛିଡା ହୋଇ ପାଣି ପିଇବା ଦ୍ୱାରା ଶରୀର ଉପରେ ପଡିଥାଏ ଅନେକ କୁପ୍ରଭାବ, ଜାଣନ୍ତୁ କ’ଣ
ପାଣି ବିନା ମଣିଷ ହେଉ କିମ୍ବା ପଶୁ ବଞ୍ଚିବା ଅସମ୍ଭବ ହୋଇଥାଏ । ମଣିଷ ଶରୀରରେ ୬୦ ରୁ ୭୦ ପ୍ରତିଶତ ପାଣି ରହିଥାଏ । କମ୍ ପରିମାଣରେ ପାଣି ପିଇବା ଦ୍ୱାରା ଶରୀରରେ ଅନେକ ରୋଗ ଦେଖାଦିଏ । ଖାସ୍କରି ଅନ୍ୟ ଋତୁ ତୁଳନାରେ ଖରା ଦିନରେ ଅଧିକ ପାଣି ପିଇବା ଆବଶ୍ୟକ ହୋଇଥାଏ । କାରଣ ଖରା ଦିନରେ କମ୍ ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ କମ୍ର ଅଭାବ ଯୋଗୁଁ ଡିହାଇଡ୍ରେସନ ହୋଇଥାଏ । ସେଥିପାଇଁ ଖରା ଦିନରେ ଅଧିକ ପାଣି ପିଇବା ଅତ୍ୟନ୍ତ ଜରୁରୀ ।
ଅନେକ ସମୟରେ ଲୋକମାନେ ଠିଆ ହୋଇ ପାଣି ପିଇଥାନ୍ତି । ଯାହା ଶରୀର ପାଇଁ ଠିକ୍ ନୁହେଁ । ଯାହା ଦ୍ୱାରା ଆମ ଶରୀରରେ ବହୁତ ପ୍ରକାର ସମସ୍ୟା ଦେଖାଦିଏ । ସେଥିପାଇଁ ପାଣି ପିଇବା ସମୟରେ ବସି କରି ପିଇବା ଉଚିତ ।
ଛିଡା ହୋଇ ପାଣି ପିଇବା ଦ୍ବାରା କିଡ୍ନୀ ପାଇଁ ଖରାପ ହୋଇଥାଏ :
ଛିଡା ହୋଇ ପାଣି ପିଇବା ଦ୍ବାରା କିଡନୀ ଉପରେ ଖରାପ ପ୍ରଭାବ ପଡିଥାଏ । ଯେଉଁ ଲୋକମାନଙ୍କର କିଡ୍ନୀ ଜନିତ ସମସ୍ୟା ରହିଛି, ସେମାନେ ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ । କିଡନୀ ରକ୍ତରୁ ମଇଳାକୁ ସଫା କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଛିଡା ହୋଇ ପାଣି ପିଇବା ଦ୍ୱାରା କିଡ୍ନୀ ଉପରେ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ୟୁରିନ ଜନିତ ସମସ୍ୟା ଦେଖାଦିଏ ।
ଫୁସ୍ଫୁସରେ ପ୍ରଭାବ :
ଯେଉଁ ଲୋକମାନଙ୍କର ଫୁସ୍ଫୁସ୍ ଜନିତ ସମସ୍ୟା ରହିଛି, ସେମାନେ ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ । ଛିଡା ହୋଇ ପାଣି ପିଇବା ଦ୍ୱାରା ଶରୀରରେ ଅମ୍ଳଜାନ ସ୍ତର ଅସନ୍ତୁଳନ ହେବାର ସମ୍ଭାବନା ଥାଏ । ଯାହାର ଫୁସ୍ ଫୁସ୍ ଉପରେ ଖରାପ ପ୍ରଭାବ ପକାଇଥାଏ ।
ଛିଡା ହୋଇ ପାଣି ପିଇଲେ କେଉଁ କେଉଁ ସମସ୍ୟା ହୋଇଥାଏ :
ପ୍ରାୟତଃ ଛିଡା ହୋଇ ପାଣି ପିଇବା ସମୟରେ ମଣିଷ ଏକ ନିଶ୍ୱାସ ହୋଇ ପାଣି ପିଇଥାଏ, ଯାହା ଆମ ଶରୀର ପାଇଁ ଉଚିତ ନୁହେଁ । ଯାହା ଦ୍ୱାରା ଆମ ଗଣ୍ଠି ଓ ଶିରରେ ଖରାପ ପ୍ରଭାବ ପଡେ। ଅଧିକ ସମୟ ଛିଡା ହୋଇ ପାଣି ପିଇବା ଦ୍ୱାରା ଗଣ୍ଠି ଓ ଶିରରେ ଯନ୍ତ୍ରଣା ହେବା ମଧ୍ୟ ଆରମ୍ଭ ହୋଇଥାଏ ।
ପାଚନରେ ପ୍ରଭାବ ପଡେ :
ଛିଡା ହୋଇ ପାଣି ପିଇବା ଦ୍ୱାରା ହଜମଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ଛିଡା ହୋଇ ପାଣି ପିଇବା ପାଚନ ପାଇଁ କ୍ଷତି ହୋଇଥାଏ । ଏହା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ । ପାଚନ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।