ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ସାରା ରାଜ୍ୟରେ ଏବେ ରାଜନୀତି ସରଗରମ୍ ରହିଛି । ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ସର୍ଭିସ ରୁଲ ଉଲ୍ଲଂଘନ କରିଥିବା ନେଇ ବିଜେପି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଲୋକଙ୍କ ଦୁଃଖସୁଖ ବୁଝିବାକୁ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁଙ୍କୁ ପଠାଇଥିବା ନେଇ ୫-ଟି ସଚିବ ବରଗଡ଼ରେ ନବୀନଙ୍କର ଏକ ଅଡିଓ ଶୁଣାଇଥିଲେ ।

୫-ଟି ସଚିବଙ୍କୁ ନେଇ ଦେଖାଦେଇଥିବା ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଆସିଥିଲା । ତେବେ ରାଜ୍ୟରେ ୫ଟି ସଚିବଙ୍କୁ ନେଇ ରାଜନୀତି ସରଗରମ୍ ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିଜେଡିର ଜଣେ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଳ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଶ୍ୟାମ ପ୍ରସାଦ ବେହେରା ଦଳ ଛାଡ଼ିଛନ୍ତି ।

Spread the love