ବାପଘରେ ସ୍ୱାମୀକୁ ବସାଇ ନବବିବାହିତା ଚମ୍ପଟ !

ସ୍ୱାମୀ ସହ ବାପଘର ବୁଲିବାକୁ ଆସିଲା ନୂଆବୋହୂ ହେଲେ ସୁନା ଧରି ମାରିଲା ଚମ୍ପଟ । ସୂଚନା ଅନୁସାରେ ଗତ ଜୁନ ୯ ତାରିଖରେ ବନମାଳିପୁର ବାଘବରାହୀପାଟଣା ଅଞ୍ଚଳର ଯୁବକ ପୁରୀ ଟାଉନଥାନା ମାଟିମଣ୍ଡପ ସାହିର ଯୁବତୀଙ୍କ ସହ ପୁରୀର ଏକ କଲ୍ୟାଣ ମଣ୍ଡପରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ବର ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇନଥିଲା । ବରଂ ବରପକ୍ଷ ସବୁ ଖର୍ଚ୍ଚ ବହନ କରିଥିଲେ । ଏମିତିକି ବୋହୂ ପାଇଁ ସବୁ ଗହଣା କିଣିଥିଲେ ବରପକ୍ଷ ।

କେବଳ ଏତିକି ନୁହେଁ ଯୁବତୀ ଜଣକ ୧୬ ମଙ୍ଗଳା ପୂର୍ବରୁ ଶାରୀରିକ ସଂପର୍କ ରଖିଲେ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ । ତେବେ ବୋହୂର ଚାଲ ବରଘର ବୁଝିପାରିନଥିଲେ । ରଥଯାତ୍ରା ଚାଲିଥିବାରୁ ବୋହୂ ବାପଘର ପୁରୀ ବୁଲି ଯିବାକୁ କହିଥିଲେ । ତେଣୁ ରବିବାର ଦିନ ଉଭୟ ସ୍ୱାମୀ-ସ୍ତ୍ରୀ ପୁରୀ ବୁଲି ଯିବାକୁ ବାହାରିଥିଲେ । ଜଗନ୍ନାଥ ଦର୍ଶନ ସାରି ଉଭୟେ ବୋହୂଙ୍କ ବାପଘରେ ପହଂଚିଥିଲେ । ଜ୍ୱାଇଁ ଶ୍ୱଶୂର ଘରେ ବସିଥିବାବେଳେ ଝିଅ ସାହି ବୁଲିବାକୁ ଯାଇ ଆଉ ଫେରିନଥିଲେ । ଜ୍ୱାଇଁ ଘରେ ବସିବସି ରାତି ପାହିଗଲା ହେଲେ ଝିଅ ଆଉ ଫେରିଲା ନାହିଁ । ଫୋନ କଲା ବେଳକୁ ପୋନ ମଧ୍ୟ ସ୍ୱିଚଅଫ ହୋଇଯାଇଥିଲା । ବିଚରା ଜ୍ୱାଇଁ ଘରକୁ ଫେରି ଆସିଥିଲେ । ପରେ ଜଣାପଡିଲା ଯେ ନୂଆବୋହୂ ସାଙ୍ଗରେ ପିନ୍ଧିଥିବା ଗହଣା ସହ ଆଲମାରିରେ ଥିବା ସୁନା ଗହଣାକୁ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି । ଏହାକୁ ନେଇ ବରଘର ପକ୍ଷରୁ ବାଲିପଟଣା ଥାନାରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ପୁରୀରେ ବାପଘରେ ସାମ୍ବୀଙ୍କୁ ବସାଇ ଗହଣା ସହ ଫେରାର ହୋଇଯାଇଛି ନୂଆବୋହୂ ।

Spread the love