୧୯ ବର୍ଷ ପରେ ପଡୁଛି ଶ୍ରାବଣରେ ଏଭଳି ସଂଯୋଗ

ଆସୁଛି ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ପାଣି ଭାର ନେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଶିବ ଭକ୍ତ। ୪ ଜୁଲାଇରୁ ଆରମ୍ଭ ହେଉଛି ଶ୍ରାବଣ ମାସ। ଶ୍ରାବଣର ପ୍ରଥମ ସୋମବାର ୧୦ ଜୁଲାଇରେ ପଡିବ। ଏହିଥର ଶ୍ରାବଣ ୫୯ ଦିନ ରହିବ। ଅର୍ଥାତ ଶିବ ଭକ୍ତ ମାନେ ୮ ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି କରିପାରିବେ।

ଏହା ୪ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟରେ ଶେଷ ହେବ। ତେବେ ୧୯ ବର୍ଷ ପରେ ଶ୍ରାବଣ ମାସରେ ଏପରି ଶୁଭ ସଂଯୋଗ ପଡିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ଥର ଅଧିକମାସ କାରଣରୁ ଶ୍ରାବଣ ୨ ମାସ ପଡୁଛି। ଅଧିକମାସ ର ଆରମ୍ଭ ୧୮ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୬ରେ ଶେଷ ହେବ ।

Spread the love