ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଜାଣିନୁ, ଆଇନ ମନ୍ତ୍ରୀ ଦେଲେ ଅଜବ ଉତ୍ତର

ପୁରୀ: ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ଆଇନ ମନ୍ତ୍ରୀଙ୍କ ଅଜବ ପ୍ରତିକ୍ରିୟା । ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପିର ହାଇକୋର୍ଟରେ ପିଟିସନ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ଯେତିକି ଜାଣିଛି, ରତ୍ନ ଭଣ୍ଡାର ଚାବି ହଜିଛି କି ନହଜିଛି ଆମେ ସେ ବିଷୟରେ ଜାଣିନୁ ।

ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶ୍ରୀମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହାଇକୋର୍ଟ ଯାଇଛି । ଯାହା ନିର୍ଦ୍ଦେଶ ଆସିବ ହାଇକୋର୍ଟଙ୍କ ପକ୍ଷରୁ ତାକୁ ରାଜ୍ୟ ସରକାର ବିଚାର ବିମର୍ଷ କରି ପଦକ୍ଷେପ ନେବେ । କିଏ ରାଜନୀତି କରିବେ ସେଇଟା ମୁଁ କହିବି ନାହିଁ । ବିଭିନ୍ନ ସ୍ତରରେ ଭିନ୍ନ ଲୋକ ରାଜନୀତି କରନ୍ତି । କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତିକରଣ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

Spread the love