ପରିବା ଦର ଆକାଶ ଛୁଆଁ : ବେପାରୀ ମାଲାମାଲ, ଚାଷୀ ହତାଶ

ଭୁବନେଶ୍ୱର: ବଜାରରେ ପରିବା ଦର ଆକାଶ ଛୁଆଁ । ବେପାରୀ ମାଲାମାଲ, ଚାଷୀ ହତାଶ। ୮୦ ଟଙ୍କା ତଳକୁ ନାହିଁ କୌଣସି ପରିବା ଦାମ୍ । କିନ୍ତୁ ଦରଦାମ ବୃଦ୍ଧିର ପ୍ରକୃତ ଲାଭ ପାଉନି ଚାଷୀ । ପନିପରିବା ଚାଷ ଜମି ନିକଟରୁ ଅତି କମରେ ବେପାରୀ କିଣି ଆଣି ବଜାରରେ ଚଢ଼ା ଦରରେ ବିକୁଥିବା ଜଣାପଡ଼ିଛି । ଆମେ କହୁଛୁ କଟକ ଜିଲ୍ଲା ନିଆଳି ବ୍ଲକ ସରାକୂଳ ଗାଁର କଥା ।

ଏଠି ଲୋକସଂଖ୍ୟାର ୯୦ ଭାଗ ଲୋକ ପନିପରିବା ଚାଷ କରିଥାନ୍ତି । ମାସକ ତଳେ ପନିପରିବା ଅତି କମ୍ ଦରରେ ବିକି କ୍ଷତିର ସମ୍ମୁଖୀନ ହୋଇଥିଲେ ସ୍ଥାନୀୟ ଚାଷୀ । ଏପରିକି ବାଇଗଣ, ଟମାଟୋ ଭଳି ପରିବା ମାତ୍ର ୫ଟଙ୍କାରେ ମଧ୍ୟ ବିକି ଥିଲେ । କିନ୍ତୁ ବର୍ତମାନ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ । ସମସ୍ତ ପରିବା ଦର ପାଖାପାଖି ଶହେ ଟଙ୍କା ଥିବା ବେଳେ ଲାଭ ପାଇପାରୁନି ଚାଷୀ । ପରିବାର ଦର ଆକାଶ ଛ୍ରୁଆଁ ହୋଇଥିବା ବେଳେ କଟକ ଜିଲ୍ଲା ବାଙ୍କୀ ଅଂଚଳର ପରିବାର ବଜାର ଖାଁ ଖାଁ ପଡ଼ିଥିବା ବେପାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳବାୟୁରେ ହଠାତ ପରିବର୍ତନ ଓ ଅତ୍ୟଧିକ ଖରା କାରଣରୁ ପରିବା ଗଛ ସବୁ ମରିଯିବା କାରଣରୁ ଏହି ଦରଦାମ ବୃଦ୍ଧି ପାଇଥିବା ଚାଷୀ କହିଛନ୍ତି । ସେପଟେ ଗ୍ରାହକ କେବଳ ରେଟ୍ ପଚାରି ଚାଲିଯାଉଥିବା କହିଛନ୍ତି ଚାଷୀ ।

Spread the love