LPGର ନୂଆ ଦର ଜାରି, ଜାଣନ୍ତୁ କେତେରେ ବିକ୍ରି ହେଉଛି ରୋଷେଇ ଓ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ: ୧ ଜୁଲାଇ ଠାରୁ ଏଲପିଜିର ନୂଆ ଦର ଜାରି ହୋଇଯାଇଛି। ଇଣ୍ଡିଆନ ଅଏଲଙ୍କ ୱେବ୍ ସାଇଟ୍‌ ଅନୁସାରେ ୧୪.୨ କେଜି ଓଜନର ରୋଷେଇ ଗ୍ୟାସ୍ ସିଲିଣ୍ଡର ଓ ୧୯ କେଜିର କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଣୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ରୋଷେଇ ବ୍ୟବହାର ଉପଯୋଗୀ ଏଲପିଜି ସିଲିଣ୍ଡରର ଦାମ ୧ ହଜାର ୧୦୩ ଟଙ୍କାରେ ସ୍ଥିର ଥିବା ବେଳେ କମର୍ସିଆଲ ବ୍ୟବହାର ଉପଯୋଗୀ ସିଲିଣ୍ଡର ଦାମ ୧ ହଜାର ୭ ଶହ ୭୩ ଟଙ୍କାରେ ସ୍ଥିର ରହିଛି।

ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହି ଦର ଯଥାକ୍ରମେ ୧୧୦୨ ଟଙ୍କା ୫୦ ପଇସା ଓ ୧୭୨୫ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୧୧୨୯ ଟଙ୍କାରେ ବିକ୍ରି ହେଉଥିବା ବେଳେ କମର୍ସିଆଲ ୟୁଜ୍ ସିଲିଣ୍ଡର ୧୮୭୫ଟଙ୍କା ୫୦ ପଇସାରେ ବିକ୍ରି ହେଉଛି। ସେହିପରି ଚେନ୍ନାଇରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧ ହଜାର ୧୧୮ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବା ବେଳେ କମର୍ସିଆଲ ୟୁଜ୍ ସିଲିଣ୍ଡର ୧ ହଜାର ୯୩୭ ଟଙ୍କାରେ ବିକ୍ରି ହେଉଛି। ଗତ କିଛିମାସ ହେଲା ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଗତ ମାର୍ଚ୍ଚ ମାସରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିଲା।

Spread the love