ରେକର୍ଡ ସ୍ତରରେ ଜୁନ ମାସର ଜିଏସଟି ଆଦାୟ, ଜାଣନ୍ତୁ ରାଜକୋଷକୁ ମିଳିଲା କେତେ ଟଙ୍କା ?

ଭୁବନେଶ୍ୱର: ଦ୍ରବ୍ୟ ଏବଂ ସେବାକର ଅର୍ଥାତ ଜିଏସଟି ବ୍ୟବସ୍ଥା ଲାଗୁ ହେବାକୁ ୬ବର୍ଷ ପୁରିଲାଣି । ଏହା ମାଧ୍ୟମରେ ମାସକୁ ମାସ ସରକାରୀ ରାଜକୋଷକୁ କୋଟି କୋଟି ଟଙ୍କା ଆସୁଛି । ଜୁନ୍ ମାସରେ ମଧ୍ୟରେ ଭରପୁର ଜିଏସଟି ଆଦାୟ ହୋଇଛି ।

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ତରଫରୁ ୨୦୨୩ ଜୁନ ମାସରେ ଆଦାୟ ହୋଇଥିବା ଜିଏସଟିର ପରିମାଣ ଘୋଷଣା କରିଛି । ସରକାରୀ ତଥ୍ୟ ମୁତାବକ ଜୁନ ମାସରେ ସରକାର ଜିଏସଟି ବାବଦରେ ୧.୬୧ ଲକ୍ଷ କୋଟି ଟଙ୍କା ମିଳିଛି । ମେ ମାସରେ ଆଦାୟ ହୋଇଥିବା ଜିଏସଟି ତୁଳନାରେ ଜୁନ ମାସରେ ଅଧିକ ୧୨ ପ୍ରତିଶତ ଜିଏସଟି ଆଦାୟ ହୋଇଛି ।

୨୦୨୩ ମେ’ ମାସରେ ଦେଶରେ ମୋଟ ୧.୫୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା । ହେଲେ ଏପ୍ରିଲମାସରେ ଜିଏସଟି ଆଦାୟ ସମସ୍ତ ରେକର୍ଡ ଭାଙ୍ଗିଥିôଲା । ୨୦୨୩ ଏପ୍ରିଲ ମାସରେ ରେକର୍ଡ ସଂଖ୍ୟକ ୧.୮୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା । ଜୁନ ମାସରେ ମୋଟ ଆଦାୟ ହୋଇଥିବା ଜିଏସଟି ମଧ୍ୟରୁ ସେଣ୍ଟ୍ରାଲ ଜିଏସଟି ବାବଦରେ ୩୧,୦୧୩ କୋଟି ଟଙ୍କା, ଷ୍ଟେଟ ଜିଏସଟି ବାବଦକୁ ୩୮,୨୯୨ କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି ବାବଦରେ ୮୦,୨୯୨ କୋଟି ଟଙ୍କା ଆଦାୟ ହୋଇଛି । ସେଥିମଧ୍ୟରୁ ବସ୍ତୁ ଓ ସେବାକର ବାବଦରୁ ୩୯,୦୯୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେସ୍ ବାବଦକୁ ସରକାରଙ୍କୁ ୧୧,୯୦୦ କୋଟି ଟଙ୍କା ମିଳିଛି ।

Spread the love