ମଙ୍ଗଳ ଗ୍ରହକୁ ମିନି-ହେଲିକପ୍ଟର ପଠାଇଥିଲା ନାସା: ୬୩ଦିନ ପରେ ମିଳିଲା ପତା

ଆମେରିକା ସ୍ପେସ୍ ଏଜେନ୍ସି ନାସା ଫେବୃଆରୀ ୨୦୨୧ରେ ମଙ୍ଗଳ ଗ୍ରହକୁ ପଠାଇଥିବା ଇନଜେନ୍ୟୁଟି ମାରସ୍ ହେଲିକପ୍ଟର ସହ ପୁଣି ଯୋଗାଯୋଗ କରିବାରେ ସଫଳ ହୋଇଛି । ଏକ ମିଶନ ଆଧାରରେ ଏକ ମିନି ହେଲିକପ୍ଟର ଇନଜେନ୍ୟୁଟି ଓ ପ୍ରିଜର୍ବେସ୍ ରୋବର ମଙ୍ଗଳ ଗ୍ରହକୁ ପଠାଇଥିଲା । ସୂଚନା ଅନୁସାରେ, ମଙ୍ଗଳଗ୍ରହକୁ ପଠାଯାଇଥିବା ହେଲିକପ୍ଟର ସହ ଏପ୍ରିଲ୍ ୨୬ତାରିଖରେ ସମ୍ପର୍କ ଛିନ୍ନ ହୋଇଯାଇଥିଲା ।

କୁହାଯାଉଛି କି, ମଙ୍ଗଳ ଗ୍ରହରେ ଯେଉଁ ଅଞ୍ଚଳିରେ ନାସା ସହ ହେଲିକପ୍ଟରର ସମ୍ପର୍କ ଛିନ୍ନ ହୋଇଥିଲା । ସେହି ଅଞ୍ଚଳ ପାହାଡ ପର୍ବତ ଘେରା ଅଞ୍ଚଳ ଥିଲା । ଯେଉଁଥିପାଇଁ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ତେବେ ଦିର୍ଘ ୩ମାସ ପରେ ପୁଣି ଥରେ ହେଲିକପ୍ଟର ସହ ସଂମ୍ପର୍କ କରିବାରେ ସଫଳ ହୋଇଛି ନାସା । ଆଉ ଆଶା କରାଯାଉଛି କି, ଏଥିରୁ ଅନେକ ତଥ୍ୟ ମିଳିପାରିବ।

Spread the love