ଆମ ପିଢି ପାଇଁ ଭାରତୀୟ ଶିକ୍ଷା ବ୍ୟବସ୍ଥା ଫେଲ୍’; ଦଶମ ଶ୍ରେଣୀ ଛାତ୍ରୀଙ୍କ ଚିଠି ହେଉଛି ଭାଇରାଲ

ବଦଳୁଛି ଦେଶର ଶିକ୍ଷା ବ୍ୟବସ୍ଥା । ଉର୍ଦ୍ଧ୍ବଗାମୀ ବଦଳରେ ନିମ୍ନଗାମୀ ହେଇଛି ଭାରତୀୟ ଶିକ୍ଷା । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନ ବଢିଲା ବଦଳରେ କମୁଛି । ପାଠପଢ଼ାରେ ଶୈକ୍ଷିକ ଗୁଣବତା ହ୍ରାସ ପାଉଛି । କ୍ଲାସରୁମ୍ ଶିକ୍ଷାରେ ଘୋଷା ପାଠକୁ ଧ୍ୟାନ ଦିଆଯାଉଛି । ପରୀକ୍ଷାରେ ସ୍କୋରିଂକୁ ଗୁରୁତ୍ବ ଦେଉଛନ୍ତି ଶିକ୍ଷାନୁଷ୍ଠାନ । ନ୍ୟାସନାଲ ଏଡୁକେସନ ପଲିସି ୨୦୨୦ର ଗୋଲ୍ ବାଟବଣା ହେଉଛି । ଏକଥା ମାନେ କହୁନାହୁଁ, ଜଣେ ଦଶମ ଶ୍ରେଣୀ ଛାତ୍ରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ଚିଠିରେ ଲେଖିଛନ୍ତି । ଏହାକୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସ ନିଜ ସ୍ତମ୍ଭ ଲେଖାରେ ପ୍ରକାଶ କରିଛି ।

ଛାତ୍ରୀ ଜଣଙ୍କ ଶିକ୍ଷା ବ୍ୟବସ୍ଥାର ବିଫଳତା ଉପରେ ପ୍ରକାଶ ପକାଇଛନ୍ତି । ବର୍ତ୍ତମାନ ସମୟରେ ଏଡୁକେସନ ସିଷ୍ଟମ୍ କିପରି ପ୍ରଥଭ୍ରଷ୍ଟ ହେଉଛି ତାକୁ ସେ ଇଙ୍ଗିତ କରିଛନ୍ତି । ବର୍ତ୍ତମାନ ସମୟରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସିଧା ସିଧା ଫେଲ୍ ମାରିଛି ବୋଲି କହିଛନ୍ତି ।

ସେ ନିଜ ଚିଠିରେ ଲେଖିଛନ୍ତି, ପ୍ରତିଦିନ ଶ୍ରେଣୀରେ ୪୫ଜଣ ଛାତ୍ରଛାତ୍ରୀଙ୍କ ସହିତ ବସୁଛି । ଏକସଙ୍ଗରେ ଶିକ୍ଷା ଗ୍ରହଣ କରୁଛୁ । କଲେଜ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଛୁ । କେବଳ ମୁଁ ନୁହେଁ, ଅନ୍ୟମାନେ ମଧ୍ୟରେ ସମାନ ବେଗରେ ଧାଉଁଛନ୍ତି । ଆମ ଚର୍ତୁପାର୍ଶ୍ବ ଯେପରି ପ୍ରତିଯୋଗୀତା ଚାଲିଛି । କିନ୍ତୁ ଶିକ୍ଷା ଗ୍ରହଣ ଚାପ ମଧ୍ୟରେ ଭୟ ମଧ୍ୟ ଲାଗୁଛି । ଯଦି ମୁଁ ପ୍ରଥଭ୍ରଷ୍ଟ ହୁଏ ତେବେ କ’ଣ ହେବ ? ଏମିତି କାହିଁକି ମନରେ ପ୍ରଶ୍ନ ଆସୁଛି । ଏଥିପାଇଁ ଦାୟି କିଏ ? ଆମେ ନିଜେ ନା, ବର୍ତ୍ତମାନର ସମୟ । ଯେଉଁଠି ଶିକ୍ଷା ପାଇଁ ଦୌଡ଼ ଲାଗିଛି ।

କ୍ଲାସ୍ ରୁମରେ ବହୁବ୍ୟାପୀ ଶିକ୍ଷାକୁ ଗୁରୁତ୍ବ ଦିଆଯିବ ବଦଳରେ ପରୀକ୍ଷା ଓ ଟେଷ୍ଟକୁ ଗୁରୁତ୍ବ ଦିଆଯାଉଛି । ବିଶେଷ କ୍ଷେତ୍ରରେ ମାର୍କକୁ ପ୍ରଥାମିକତା ଦିଆଯାଉଛି । କାରଣ ବାସ୍ତବିକ ଶିକ୍ଷା ଶ୍ରେଣୀର ପଛ ଧାଡ଼ିକୁ ଚାଲିଯାଇଛି । କୌଣସି ବିଷୟରେ ସ୍କୋର ବଢ଼ାଇବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଘୋଷି କରି ଶିଖିବାକୁ ପ୍ରବତ୍ତାଉଛନ୍ତି । ଚାଇଲ୍ଡ-ସେଣ୍ଟର-ଲର୍ଣ୍ଣିଂ ବଦଳରେ ଟିଚର-ସେଣ୍ଟର-ଲର୍ଣ୍ଣିଂ ଚାଲିଛି । ମୋଡ଼ି ମକଚି ହୋଇଗଲାଣି NCF-2005 ଓ NEP-2020 । ଫଳରେ କିଛି ପିଢିଙ୍କ ବୁଝିବା ଶକ୍ତି ହ୍ରାସ ପାଉଛି । ପର୍ଯ୍ୟାୟ ଅନୁଯାୟୀ ପିଲାଙ୍କ ମସ୍ତିଷ୍କ ବିକଶିତ ହେଉନାହିଁ । ଛାତ୍ରଛାତ୍ରୀମାନେ ଚାପରେ ପାଠପଢ଼ୁଛନ୍ତି ବୋଲି ଛାତ୍ରୀ ଜଣଙ୍କ ଚିଠି ମାଧ୍ୟମରେ ପ୍ରକାଶ କରିଛନ୍ତି ।

ଶିକ୍ଷା ବ୍ୟବସ୍ଥା ଫେଲ୍ ମାରିଛି । କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଏଡୁକେସନ ପଲିସି ୨୦୨୦ର ଲକ୍ଷ୍ୟ ଠିକ୍ ଭାବେ ସାଧିତ ହୋଇପାରୁନାହିଁ । ବୁଝିବା ବଦଳରେ ଘୋଷା ପାଠ ବଢୁଛି । ସେହିପରି କେବଳ ପରୀକ୍ଷାରେ ଭଲ ସ୍କୋର ପାଇଁ ପାଠପଢ଼ା ଚାଲୁଛି ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି । ଭାରତୀୟ ଛାତ୍ରଛାତ୍ରୀଙ୍କ ପାଖରେ ବୌଦ୍ଧିକ ଜ୍ଞାନ ବିକାଶର କୌଣସି ଉପକରଣ ନାହିଁ । ଏଭଳି ଶିକ୍ଷା ବ୍ୟବସ୍ଥାରେ ପିଲାଙ୍କ ସୃଜନଶକ୍ତି ବଢ଼ାଇବାରେ ମୂଳଦୁଆ ପକାଇପାରୁନାହିଁ । ଛାତ୍ରଛାତ୍ରୀମାନେ ବାହ୍ୟ ଚାପରେ ବିଫଳତାକୁ ଭୟ କରୁଛନ୍ତି ।

କାହିଁକି ଏପରି ହେଉଛି ଏହାକୁ ବୁଝିବାର ଆବଶ୍ୟକତା ରହିଛି । UNICF ରିପୋର୍ଟ ମୁତାବକ ଭାରତରେ ୧.୫ ମିଲିୟନ ସ୍କୁଲ ରହିଛି । ଏଥିରେ ପ୍ରାୟ ୨୫୦ ମିଲିୟନ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଏମାନଙ୍କ ପାଇଁ ମାତ୍ର ୮.୫ ମିଲିୟନ ଶିକ୍ଷକ-ଶିକ୍ଷୟିତ୍ରୀ ରହିଛନ୍ତି । ଅନ୍ୟପଟେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ କଲେଜରେ ଭର୍ତ୍ତି କରିବା ଅସମ୍ଭବ । ପିଲାଙ୍କ ମଧ୍ୟରେ ପ୍ରତିଯୋଗୀତା ରହିବା ସ୍ବାଭାବିକ । ଆମେ ହାରିବା ବିଚାରକୁ କମ୍ କରିବାର ଆବଶ୍ୟକତା ରହିଛି । ଆପଣଙ୍କ ଭବିଷ୍ୟତ ଶିକ୍ଷା କିଭଳି ହେବ ଗ୍ରେଡ୍ କୌଣସି ସଂକେତ ଦିଏନାହିଁ ବୋଲି ଛାତ୍ରୀ ଜଣଙ୍କ ନିଜ ଚିଠିରେ ଲେଖିଛନ୍ତି ।

Spread the love